ରଙ୍ଗେଇଲୁଣ୍ଡା ବ୍ଳକ କୋଟି କୋଟି ଟଙ୍କାର ମନେରଗା ଦୁର୍ନୀତି ପ୍ରସଙ୍ଗ । ନୁଆ ମୂଖ୍ୟମନ୍ତ୍ରୀଙ୍କ ଠାରେ ତଦନ୍ତ ପାଇଁ ଫେରାଦ

0
31

ବ୍ରହ୍ମପୁର: ୧୪/୦୬/୨୦୨୪: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା କାର୍ଯ୍ୟରେ ହୋଇଥିବା କୋଟି କୋଟି ଟଙ୍କାର ଦୂର୍ଣ୍ଣୀତି ପ୍ରସଙ୍ଗରେ ଅଭିଯୋଗକାରୀ ବିଶ୍ବମ୍ବର ପାତ୍ର ପୁଣି ଥରେ ନୁଆ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ନିର୍ଦ୍ଦେଶ ଦେବା ନିମନ୍ତେ ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ହେଲା ରଙ୍ଗେଇଲୁଣ୍ଡା ବ୍ଳକର କୋଟି କୋଟି ଟଙ୍କାର ବିଭିନ୍ନ ଦୂର୍ଣ୍ଣୀତି ପ୍ରସଙ୍ଗରେ ବିଭିନ୍ନ ସରକାରୀ ଦପ୍ତର କୁ ଅଭିଯୋଗ କରିଥିଲେ ମଧ୍ୟ ପୂର୍ବ ସରକାରଙ୍କ ରାଜନୈତିକ ଚାପରେ ଶୀତଳ ଭଣ୍ଡାରରେ ଚାପି ହୋଇ ରହିଯାଇଛି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ମିଳିଥିବା ଚିଠି ନଂ ୫୧୫୦ ତା ୧୮/୩/୨୦୨୩ ମୁତାବକ ପାତ୍ର କରିଥିବା ୨୭ଟି ଯାକ ସମସ୍ତ ଅଭିଯୋଗକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କୁ ପଠାଯାଇ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଯାରି ହୋଇଥିଲା । ମାତ୍ର ଦୁଃଖର ବିଷୟ ଏହା ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ପକ୍ଷରୁ କାଣିଚିଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ, ସରକାର ବଦଳି ନୁଆ ସରକାର ଗଠନ ପରେ ନୁଆ ମୂଖ୍ୟମନ୍ତ୍ରୀଙ୍କ ଠାରେ ପୁଣି ଥରେ ପାତ୍ର ଫେରାଦ ହୋଇ ସମସ୍ତ ଅଭିଯୋଗର ବିଧିବଦ୍ଧ ତଦନ୍ତ କରି ଦୂର୍ଣ୍ଣୀତିଗ୍ରସ୍ଥ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇ-ମେଲ୍, ଟିଉଟର୍(X) ଓ ରେଜିଷ୍ଟ୍ରି ଡାକ ମାଧ୍ୟମରେ ଅଭିଯୋଗ କରି ତଦନ୍ତ ପାଇଁ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here