ଗଞ୍ଜାମରୁ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ସେନାର ଧନ୍ୟବାଦ ଯାତ୍ରା

0
16

ବ୍ରହ୍ମପୁର, ୧୫/୦୬/୨୦୨୪: ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦୁଆର ତୁରନ୍ତ ଖୋଲିବା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ଏବେ ସଫଳ ହୋଇଛି।ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦେଇଛନ୍ତି। ସେଥ‌ିପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ। ହେଲେ ସମସ୍ତ ଶ୍ରେୟ ଯିବ ଗଞ୍ଜାମ ଜିଲ୍ଲାବାସୀଙ୍କୁ । କାରଣ ବିଜେଡି ସରକାର ଚାରି ଦୁଆରକୁ ବନ୍ଦ ରଖୁ ଭକ୍ତମାନଙ୍କୁ ଯେଉଁ ଭଳି ଭାବେ କଲବଲ କରୁଥିଲେ ତାହାର ଜବାବ ଓଡ଼ିଶାବାସୀ ବିଜେଡି ସରକାରଙ୍କୁ ନିର୍ବାଚନରେ ଦେଲେ। ମହାପ୍ରଭୁଙ୍କ ନିକଟରେ ଭକ୍ତ ହେଉଛି ମହାନ।ଭକ୍ତି ଯେତେବେଳେ କଷ୍ଟ ପାଆନ୍ତି ସେତେବେଳେ ମହାପ୍ରଭୁ ଅସହ୍ୟ ହୁଅନ୍ତି। ତେଣୁ ମହାପ୍ରଭୁଙ୍କ କୋପରୁ ବିଜେଡି ସରକାରଙ୍କ ପତନ ଘଟିଲା।ଗଞ୍ଜାମ ମାଟିରୁ ଶ୍ରୀଜଗନ୍ନାଥ ସେନା ସେପ୍ଟେମ୍ବର୮ ତାରିଖରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା,ରତ୍ନ ଭଣ୍ଡାର ଖୋଲିବା, କାମିଆ ନାନୀ ଓ ତାମିଲ ନନାଙ୍କୁ ଧରାଶାୟୀ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଦେବା ସହ କାଞ୍ଚି ଲୁଟେରା ତାମିଲ ନନା ଗିରଫ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ବ୍ରହ୍ମପୁରରେ ଥ‌ିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରରୁ ଭକ୍ତ ଅଭିଯାନ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇ ସମଗ୍ର ଓଡ଼ିଶା ଭ୍ରମଣ କରିଥିଲା।ସେଥ‌ିପାଇଁ ଗଞ୍ଜାମ ଜିଲ୍ଲାବାସୀ ଙ୍କୁ ଧନ୍ୟବାଦ ଦେବାକୁ ଏହି ଭକ୍ତ ଜନ ସମ୍ପର୍କ ଧନ୍ୟବାଦ ଯାତ୍ରା ଆରମ୍ଭ ହୋଇଛି। ବ୍ରହ୍ମପୁର ପରେ ଏହା ସମଗ୍ର ଜିଲାରେ ବୁଲିବ। ପରେ ଓଡ଼ିଶାର ପୁରପଲ୍ଲୀକୁ ଯାତ୍ରା କରିବ ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ମନୋଜ ମହାପାତ୍ର,ଆଇନଜୀବୀ ସନ୍ତୋଷ ରାଉତ, ଶ୍ରୀଜଗନ୍ନାଥପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here