ବ୍ରହ୍ମପୁର,୧୬/୦୬/୨୦୨୪:ସ୍ଥାନୀୟ
ଲାଞ୍ଜିପତ୍ନୀ ମ୍ୟୁନସିପାଲ କଲୋନୀ ସ୍ଥିତ ଦିବ୍ୟଜୀବନ ସଂଘର ମହିଳା ଶାଖା ତରଫରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଶିବାନନ୍ଦ ମହାରାଜଙ୍କ ସେବାହିଁ ମୁଳମନ୍ତ୍ରକୁ ଆଧାର କରି ଏହି କାର୍ଯ୍ୟକ୍ରମଟି ବରିଷ୍ଠ ଗୁରୁଭାଇ ରବିନ୍ଦ୍ର ପାଣିଗ୍ରାହୀ,ସୀମାଞ୍ଚଳ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ
ହୋଇଥିଲା।
ଗତ କିଛି ଦିନ ହେଲା ରକ୍ତଭଣ୍ଡାରରେ ବିଭିନ୍ନ ଗ୍ରୁପର ରକ୍ତର ଘୋର ଅଭାବ ରହିଥିଲା। ଆଜିର ଏହି ଶିବିରରୁ ପ୍ରାପ୍ତ ରକ୍ତ ରୋଗୀଙ୍କ ପାଇଁ ଉପକାରୀ ହୋଇପାରିବ ବୋଲି ଦିବ୍ୟ ଜୀବନ ସଂଘ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା ମତ ପ୍ରକାଶ କରିଥିଲେ।
ପବିତ୍ର ସଂକ୍ରାନ୍ତି ଉପଲକ୍ଷେ ହନୁମାନ ଚାଳିଶା, ସୁନ୍ଦରକାଣ୍ଡ ଓ ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ଗଗନ ପ୍ରଧାନ, ମୁରଲୀ ରେଡ୍ଡୀ, ଯଶୋଗମ୍ୟା ସାହୁ, ବିମଳେନ୍ଦୁ ସାହୁ, ସିଦ୍ଧାର୍ଥ ସାମନ୍ତରାୟ, କେଦାରନାଥ ଗନ୍ତାୟତ, ପ୍ରକାଶ ପାଣିଗ୍ରାହୀ, ରାକେଶ ଦୋରା, ଦୀପକ ଖଟେଇ, ଆଦିତ୍ୟ ପାଣିଗ୍ରାହି, ସୀତାକାନ୍ତ ସାହୁ, ଲକ୍ଷ୍ମୀ ନାରାୟଣ ମହାରଣା ପ୍ରଭୃତି ସ୍ଵେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ।
ପରିଶେଷରେ ସଂଘର ବରିଷ୍ଠ ଗୁରୁ ଭାଇ ରବୀନ୍ଦ୍ରନାଥ ଦାସ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।