ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା।

0
19

ବୁଗୁଡା ୧୭/୦୬/୨୪ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୂର୍ଯ୍ୟ ନଗର ତୃତୀୟ ଲାଇନରେ ଥିବା ଶ୍ରୀ ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ କାର୍ଯ୍ଯାଳୟରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ଯୋଗ ବିଭାଗ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ) ଗୋକୁଳାନନ୍ଦ ମଳିକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଟ୍ରଷ୍ଟର ସଭାପତି ଗଙ୍ଗାଧର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଳିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ବେକାରୀ ସମସ୍ୟା ଦୂରୀକରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ମତ୍ସ୍ଯ ଓ ପ୍ରାଣୀ ବିକାଶ ଏବଂ ଏମଏସଏମଇ ବିଭାଗ ଦ୍ବାରା ଆସୁଥିବା ବିଭିନ୍ନ କାର୍ଯ୍ୟ କିଭଳି ସାଧାରଣ ଜନତା ଏହାର ଫାଇଦା ଉଠାଇ ପାରିବେ ସେଥିପାଇଁ ସହଯୋଗ କମନା କରିଥିଲେ । ଅଞ୍ଚଳର ଉନ୍ନତି ପାଇଁ ମୁଁ ଯେପରି ଅଧକ କର୍ମଠ ହେବି ସେଥିପାଇଁ ସମସ୍ତ ବରିଷ୍ଠ ନାଗରିକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଟ୍ରଷ୍ଟର ଉପସଭାପତି କେ.ଅଶୋକ କୁମାର ପାତ୍ର, ସମ୍ପାଦକ ଟି.ସତ୍ଯନାରାୟଣ ପାତ୍ର, ସହସମ୍ପାଦକ ରବି ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଭିକାରୀ ଚରଣ ଜେନା, ରଘୁନାଥ ସାହୁ, ଉଦୟନାଥ ଦଳବେହରା, ବରିଷ୍ଠ ବିଜେପି ନେତା ଗଙ୍ଗାଧର ନାୟକ ଓ ହରିକୃଷ୍ଣ ସାହୁ, ନଗର ବିଜେପି ସଭାପତି କେଦାରନାଥ ମହାରଣା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here