ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟର ବିକାଶରେ ପ୍ରମୁଖ ଅଂଶୀଦାର ହେବ: ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

0
35

ଭୁବନେଶ୍ୱର, ୧୭/୦୬/୨୦୨୪:
ବାଣିଜ୍ୟ ଓ ପରିବହନ ବିଭାଗ ଅଧ୍ବକ କ୍ରିୟାଶୀଳ ହେବା ସହିତ ରାଜ୍ୟର ବିକାଶରେ ଏକ ପ୍ରମୁଖ ଅଂଶୀଦାର ହେବ ବୋଲି ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆଶା ପ୍ରକଟ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ନିଷ୍ଠା ଓ ଆନ୍ତରିକତାପୂର୍ଣ୍ଣ ସହଯୋଗ ନିମନ୍ତେ ପରାମର୍ଶ ଦେଇଛନ୍ତି ।ଆଜି ଅପରାହ୍ନରେ ଖାରବେଳ ଭବନରେ ବିଭାଗୀୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ଅବଗତ ହୋଇଥିଲେ । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ମାଧ୍ୟମରେ ବିଭାଗ ଅଧ୍ଵସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ ସଂଗଠନ, ସରକାରୀ ନୀତି ଓ ନିୟମାବଳୀ, ବଜେଟ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ । ୧୯୭୪ ମସିହାରୁ ସ୍ଵତନ୍ତ୍ର ବିଭାଗ ଭାବରେ କାର୍ଯ୍ୟ କରୁଥିବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥ‌ିବା ଭୂପୃଷ୍ଠ ଜଳ ପରିବହନ, ବିମାନ ଚଳାଚଳ, ପରିବହନ, ବନ୍ଦର ବିକାଶ, ରେଳ ପ୍ରକଳ୍ପ, ପରିବହନ କର୍ମଚାରୀମାନଙ୍କ କଲ୍ୟାଣ ପାଣ୍ଠି, ଇ-ଯାନ ନୀତି, ସଡ଼କ ନିରାପତ୍ତା, ଗ୍ରାମୀଣ ପରିବହନ, ଯାନଚାଳକମାନଙ୍କ ପ୍ରଶିକ୍ଷଣ ଓ ତଦାରଖ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ସୂଚନାକ୍ରମେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ ।ପୂର୍ବରୁ ପ୍ରମୁଖ ଶାସନ ସଚିବଙ୍କ ସମେତ ଅଧିକାରୀ ତଥା କର୍ମଚାରୀବୃନ୍ଦ ମନ୍ତ୍ରୀ ଶ୍ରୀ ଜେନାଙ୍କୁ
ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here