ମିଶନ ଶକ୍ତି କାର୍ଯ୍ୟକଳାପର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

0
19

ଭୁବନେଶ୍ୱର,୧୭/୦୬/୨୦୨୪:
ଆଜି ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗ ଅଧୀନରେ ପ୍ରଚଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଥିଲେ । ଏହି ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ଵପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ମିଶନ ଶକ୍ତି ଦ୍ଵାରା ସାରା ରାଜ୍ୟରେ ମହିଳା ସଶକ୍ତିକରଣରେ ହୋଇଥ‌ିବା ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉପମୁଖ୍ୟମନ୍ତ୍ରୀ ମହିଳାଙ୍କ ସଶକ୍ତିକରଣ, ଜୀବିକା ବୃଦ୍ଧି ତଥା ଉଦ୍ୟୋଗିତାକୁ ବିଭାଗ ଅଧିନସ୍ଥ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ଵାରା ପ୍ରୋତ୍ସାହିତ କରିବାର ଗୁରୁତ୍ଵକୁ ଦର୍ଶାଇଥିଲେ । ପ୍ରମୁଖ ପଦକ୍ଷେପ ଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଆଖିଦୃଶିଆ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ବୈଠକରେ ଆର୍ଥିକ ଅନ୍ତର୍ଭୁକ୍ତକରଣ, ଦକ୍ଷତା ବିକାଶ ଏବଂ ବଜାର ଲିଙ୍କେଜ୍ ପଦକ୍ଷେପ ସମେତ ମିଶନ ଶକ୍ତି ଅଧୀନରେ ଥ‌ିବା ଯୋଜନାଗୁଡିକର ଅଗ୍ରଗତି ଏବଂ ପ୍ରଭାବକୁ ଆକଳନ କରିବା ବ୍ୟତୀତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ପ୍ରସାର ଏବଂ କାର୍ଯ୍ୟକାରିତାକୁ ବୃଦ୍ଧି କରିବା ପାଇଁ ରଣନୀତି ପ୍ରସ୍ତୁତ ଉପରେ ଗୁରୁତ୍ଵ ଦେଇଥିଲେ । ବିଭାଗ ଦ୍ଵାରା କାର୍ଯ୍ୟକାରୀ ପଦକ୍ଷେପଗୁଡିକ ଦ୍ଵାରା କିପରି ଅଧ୍ଵକରୁ ଅଧ‌ିକ ମହିଳା ଉପକୃତ ହେବେ ଏବଂ ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ଗୁଡିକର ପ୍ରଭାବ, ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ର ସହଭାଗିତା ଏବଂ ଯୋଗଦାନକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ
ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ମିଶନ ଶକ୍ତିକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ତଥା ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମ ପାଇଁ
ଆହ୍ବାନ କରିଥିଲେ ।ଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ (ଭା.ପ୍ର.ସେ),ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍), ଶ୍ରୀ ଭିନୀତ ଭରଦ୍ଵାଜ
(ଭା.ପ୍ର.ସେ), ବରିଷ୍ଠ ସରକାରୀ ଅଧିକାରୀ ତଥା ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here