ପଶ୍ଚିମବଙ୍ଗରେ ବଡ଼ ଟ୍ରେନ ଦୁର୍ଘଟଣା, କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲଗାଡ଼ି। ୪ ମୃତ,ବହୁ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରୀ

0
52

କୋଲକାତା,୧୭/୦୬/୨୦୨୪: କୋଲକାତା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧବୋଲି ସେ ଲେଖିଛନ୍ତି ।ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି, କୁହାଯାଉଛି ଯେ କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଛି। ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଓ ବିପର୍ଯ୍ୟୟ ଟିମ୍ ପହଞ୍ଚି ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏନଜେପିରୁ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ ରଙ୍ଗପାଣି ଓ ନିଜବାରୀ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା।

LEAVE A REPLY

Please enter your comment!
Please enter your name here