ବୁଗୁଡା ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେଉ

0
57

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ଅବହେଳିତ ବୁଗୁଡା ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଉଦ୍ୟମ କରିବାକୁ ବୁଗୁଡା ଅଞ୍ଚଳବାସୀ ଆଶା କରିଛନ୍ତି। ବିଭିନ୍ନ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ବହୁଳ ବୁଗୁଡା ବ୍ଲକରେ ଏହା ସମ୍ଭବ ହୋଇପାରିନାହିଁ। ଖୁସିର ବିଷୟ ଏହିଯେ ଓଡ଼ିଶାର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ମହୋଦୟ କେନ୍ଦ୍ର ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ରର ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ପୋଲସରା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ମାନ୍ୟବର ବିଧାୟକ ତଥା ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶ୍ରୀ ମଳିକଙ୍କ ଅତି ଉତ୍ତମ ସମ୍ପର୍କ ରହିଅଛି। ଏହିପରି ସୁବର୍ଣ୍ଣ ସୁଯୋଗ ପୂର୍ବରୁ କେବେମଧ୍ୟ ବୁଗୁଡା ବ୍ଲକ ପାଇପାରିନଥିଲା। ଅତଏବ ରାଜ୍ୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଳିକ ବୁଗୁଡା ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରି ସବୁଦିନ ପାଇଁ ସୁନାମ ଅର୍ଜନ କରନ୍ତୁ। ଏଥିସହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଳିକ କହିସାରିଛନ୍ତି ବେକାର ଯୁବକ ଓ ଯୁବତୀ ବୃନ୍ଦ ମତ୍ସ୍ୟ, ଗାଈ, ଛେଳି ପ୍ରଭୃତି ଚାଷ କରିବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନିର୍ମାଣ କରି ନିଜେ ଆତ୍ମନିର୍ଭରଶୀଳ ହେବାସହ ଅନ୍ୟମାନଙ୍କୁ ମଧ୍ୟ କର୍ମ ଯୋଗାଇ ପାରିବେ। ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଳିକଙ୍କ ଏହି ପରାମର୍ଶକୁ ପାଥେୟ କରି ଯୁବପିଢ଼ି ଆଗେଇ ଆସି ଆତ୍ମନିର୍ଭରଶୀଳ ହେବାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବାର ସମୟ ଆସିଛି।

LEAVE A REPLY

Please enter your comment!
Please enter your name here