ମାରଦା ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ ଗୋକୁଳାନନ୍ଦ

0
22

ପୋଲସରା ୧୮/୬/୨୪ ଐତିହାସିକ ପୀଠ ଶରଣ ଶ୍ରୀକ୍ଷେତ୍ର, ମାରଦା ମନ୍ଦିରକୁ ଜୁନ ୧୮ ତାରଖ ପୂର୍ବାହ୍ନରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଗସ୍ତକରି ପୂଜାର୍ଚ୍ଚନା କରି ଫେରିଥିବା ଜଣାପଡିଛି। ଶ୍ରୀ ମଳିକ ମାରଦା ମନ୍ଦିରରେ ପହଞ୍ଚି ମହନ୍ତ ଶ୍ରୀ ସୁନ୍ଦର ରାମଦାସ ମହାରାଜାଙ୍କ ସହ ଆଲୋଚନା କରିଥିଲେ। କଳାପାହାଡ଼ର ଶ୍ରୀମନ୍ଦିର ଆକ୍ରମଣ ସମୟରେ ଆଠଗଡ଼ ରାଜାଙ୍କ ସହଯୋଗରେ ଚତୁର୍ଦ୍ଧାମୂର୍ତ୍ତି ମାରଦା ମନ୍ଦିରରେ ଜଙ୍ଗଲ ମଧ୍ୟରେ ରହି ପୂଜା ପାଉଥିଲେ। ଜଗନ୍ନାଥ ସେଠାରେ ଶରଣ ପାଇଥିବା ଯୋଗୁଁ ତାହା ଶରଣ ଶ୍ରୀକ୍ଷେତ୍ର ନାମରେ ପରିଚିତ। ପୂଜାର୍ଚ୍ଚନା ପରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଳିକ ପୋଲସରା ଡାକବଙ୍ଗଳରେ ପହଞ୍ଚି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ମଳିକ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ମୁଖ୍ୟ ଡାକ୍ତରଙ୍କ ସହ ଅଭାବ ଅସୁବିଧା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here