ରାଜସ୍ବ ମନ୍ତ୍ରୀ ଙ୍କ ଅଚାନକ ତହସିଲ ପରିଦର୍ଶନ

0
49

ଭୂବନେଶ୍ୱର,୧୮/୦୬/୨୦୨୪:
ଭୁବନେଶ୍ବର ତହସିଲ ରେ ଅଚାନକ ପରିଦର୍ଶନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ପରିଦର୍ଶନ ପରେ ସେ କହିଛନ୍ତି, ରାଜସ୍ବ ଆଇନର ସରଳୀକରଣ କରାଯିବ। ଲୋକ କିଭଳି ତହସିଲ ଅଫିସରେ ସମସ୍ତ କାମ ଅସୁବିଧାର ସମ୍ମୁଖୀନ ନ ହେବେ ତା ଉପରେ ଗୁରୁତ୍ବରୋପ କରିଛନ୍ତି । ତ୍ବରିତ ସେବା, ସରଳୀକରଣ, ଲୋକାଭିମୁଖୀ କରାଯିବ ।ପିସି କାରବାର ଲୋକେ ଜେଲ ଯିବେ । ନା ଖାଉଙ୍ଗା ନେ ଖାନେ ଦୁଙ୍ଗା ବୋଲି କହିଛନ୍ତି । ଦୁର୍ନୀତି ଅଭିଯୋଗ ଆସିଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଡିଏ ଓ ତହସିଲ ମଧ୍ୟରେ ସମନ୍ବୟ ରହୁନି। ଯାହା ଫଳରେ ଲୋକ ଭୁବନେଶ୍ବରରେ ହାଇରାଣ ହରକତ ହେଉଛନ୍ତି । କିମସ ପରିବର୍ତ୍ତନରେ ଅସୁବିଧା ରହୁଛି । ପେନାଲଟି ଦେବାକୁ ଲୋକେ ଅମଙ୍ଗ । ଲୋକ ଙ୍କ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରାଯିବ। କନଭରସନ ଓ ମ୍ୟୁଟେସନ କେସ ଜିମା ପାସବୁକ, ଲିଗାଲ ହାୟର ସମସ୍ୟା ସହ ବିଭିନ୍ନ କାମର ତଦାରଖ କରିଥିଲା । ଏହା ସହ ତହସିଲରେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରାଯିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ତହସିଲଦାର, ଅତିରିକ୍ତ ତହସିଲଦାର, କର୍ମଚାରୀଙ୍କ ସହ ବହୁ ଓକିଲ ଉପସ୍ଥିତ ଥିଲେ । ଏହାସହ ଭୁବନେଶ୍ବର ତହସିଲରେ ଥିବା ସମସ୍ୟା ଓ କର୍ମଚାରୀ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ଲିଖିତ ଭାବେ ମନ୍ତ୍ରୀଙ୍କ ପଠାଇବାକୁ ନର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here