ଗହଙ୍ଗୁ ମଣ୍ଡଳ ଆଳୀୟ ଖଣ୍ଡାୟତ ସମାଜ କର୍ମକର୍ତ୍ତା ନିର୍ବାଚନ

0
57

ବୁଗୁଡା ୧୯/୬/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମା’ ଶାଙ୍କୁଳାଇ ପୀଠରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଗହଙ୍ଗୁ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗହଙ୍ଗୁ ମଣ୍ଡଳ ସଭାପତି ଭାବେ ଦ୍ଵିତୀକୃଷ୍ଣ ବିଶ୍ଵାଳ, ଉପସଭାପତି ଭାବେ ନିରଞ୍ଜନ ପ୍ରଧାନ, ସମ୍ପାଦକ ଭାବେ ନାରାୟଣ ମହାନ୍ତି, ସହ ସଂପାଦକ ଭାବେ ରବିନ୍ଦ୍ର ନାଥ ପରିଡ଼ା, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ପ୍ରସାଦ ବିଶୋୟୀ, ସଙ୍ଗଠନ ସମ୍ପାଦକ ଭାବେ ଅର୍ସୁଲ ନାୟକ ଏବଂ କେନ୍ଦ୍ରୀୟ ସଦସ୍ୟ ଭାବେ ରାମକୃଷ୍ଣ ସାହୁ, ମନୋଜ କୁମାର ପରିଡ଼ା ଓ ଭଗବାନ ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଗହଙ୍ଗୁ ମଣ୍ଡଳ ଅନ୍ତର୍ଗତ ସମସ୍ତ ଗ୍ରାମର ଆଳୀୟ ଖଣ୍ଡାୟତ ସମାଜ ଭାଇମାନେ ଯୋଗଦେଇ ଆଲୋଚନା ଓ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here