ସାପ କାମୁଡାରେ ମହିଳା ମୃତ ।

0
50

ବୁଗୁଡ଼ା, ୧୯-୦୬-୨୪: ସାପ କାମୁଡାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡି ପଞ୍ଚାୟତ, ଦଦରାଖୋଲ ଗ୍ରାମର ନମିତା ନାୟକ(୪୯) । ଜୁନ ୧୩ ତାରିଖରେ ଭୋର୍ ୨ଟା ସମୟରେ ନମିତା କୌଣସି କାମରେ ବାଡି ପଟକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡାର ଶିକାର ହୋଇଥିଲେ । ଆହତ ଅବସ୍ଥାରେ ନମିତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନମିତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନମିତା ନାୟକ ଜୁନ ୧୫ ତାରିଖରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here