ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ମୃତିଚାରଣ

0
49

ବ୍ରହ୍ମପୁର,୧୯/୦୬/୨୦୨୪: ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜି ରାଓଙ୍କ ଦ୍ୱାଦଶରେ ସ୍ମୃତିଚାରଣ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସହରର ସ୍ଥାନୀୟ ପ୍ରେସ କ୍ଳବ ପରିସରରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଯୋଗ ଦେଇ ସ୍ୱର୍ଗତ ରାମୋଜି ରାଓଙ୍କ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏହି ଅବସରରେ ସ୍ମୃତିଚାରଣ କରିବା ଅବସରରେ ଓଡ଼ିଶାରେ କିଭଳି କଳା , ସାହିତ୍ୟ ସଂସ୍କୃତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରସାରଣ କରିବା କ୍ଷେତ୍ରର ଏକଦା ଇଟିଭି ର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସାରା ଦେଶରେ ବର୍ତ୍ତମାନ ମଧ୍ୟ ବହୁ ପୂର୍ବରୁ ଡିଜିଟାଲ କ୍ଷେତ୍ରରେ ଇଟିଭି ଭାରତର ବୃହତ୍ତ ନେଟୱାର୍କ କାର୍ଯ୍ୟ କରୁବାକୁ ବେଳେ ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱର୍ଗତ ରାମୋଜୀ ରାଓ ବହୁ ପୂର୍ବରୁ କରୁଥିବା ବିଭିନ୍ନ ପରିକଳ୍ପନା ଏବଂ ତାର ସଫଳ ରୂପାୟନ ବାସ୍ତବ ରୂପେ ଅନ୍ୟମାନଙ୍କ ପାଇଁ ଏକ ଦିଗଦର୍ଶକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ-ଯୋଗାଯୋଗ ବିଭାଗର ମୁଖ୍ୟ ବନ୍ଦିତା ପଣ୍ଡା ଯୋଗ ଦେଇ ବୈଦ୍ୟୁତିକ ଗଣମାଧ୍ୟମର ମୂଳଦୁଆ କିପରି ଇଟିଭି ରୁ ଆରମ୍ଭ ହୋଇଥିଲା ଏବଂ ଖବର ପ୍ରସାରଣ ଠାରୁ ଆରମ୍ଭ କରି ଲୋକଙ୍କ ମନରଞ୍ଜନ କରିବା ପାଇଁ ଇଟିଭି ନେଟୱାର୍କ କିଭଳି କାର୍ଯ୍ୟ କରୁଥିଲା ତାହାକୁ ଉପସ୍ଥାପନା କରିବା ସହିତ ସମସ୍ତ କାର୍ଯ୍ୟକୁ କିପରି ଏହାର ପ୍ରତିଷ୍ଠାତା ନିଜେ ସ୍ୱର୍ଗତ ରାମୋଜି ରାଓ ଅନୁଧ୍ୟାନ କରୁଥିଲେ ତାହାକୁ ଉପସ୍ଥାପନ କରିଥିଲେ । ଏଥିସହ କେବଳ ଆମ ରାଜ୍ୟ କାହିଁକି ଦେଶର ଅସ୍ମିତା ବିଷୟକୁ ଚିନ୍ତା କରି ସେ ପ୍ରତେକ ଭାଷାକୁ ଗୁରୁତ୍ୱ ଦେବା ଏବଂ ତାହାକୁ ଟେକ୍ନୋଲୋଜିରେ ଉପସ୍ଥାପନା କରାଯାଉଥିଲା ବୋଲି ମତବ୍ଯକ୍ତ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଓଟିଭି ର ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା , ବରିଷ୍ଠ ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର , ଆପ୍ପା ରାଓ , ବରିଷ୍ଠ କଳାକାର ତଥା ଅଭିନୟ ଜଗତର ସଂପାଦକ ମିହୀର କୁମାର ତ୍ରିପାଠୀ , ବରିଷ୍ଠ ବିଘ୍ନେଶ୍ୱେର ସାହୁ ଓ ସୁଦୀପ କୁମାର ସାହୁ ପ୍ରମୁଖ ଦେଶରେ ମିଡିଆ ଟାଇକୁନ୍ ଭାବରେ ସୁପରିଚିତ ରହିଥିବା ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜି ରାଓ ଙ୍କୁ ଅତି ନିକଟରୁ ଦେଖିଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ , ଡିଜିଟାଲ ମିଡିଆ ଭଳି ପ୍ରମୁଖ କ୍ଷେତ୍ରରେ ଦୂରଦୃଷ୍ଟି , କର୍ମଚାରୀ ବତ୍ସଳ ସହିତ କାର୍ଯ୍ୟ ସହିତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ତିଆରି କରିବାରେ ଇଟିଭିର କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ଏପରିକି ସେହି ସମୟରେ ଇଟିଭିରେ କାର୍ଯ୍ୟକରିଥିବା ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ରାଜ୍ୟର ସମସ୍ତ ପ୍ରମୁଖ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରମୁଖ ପଦପଦବୀରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଥିବା ପ୍ରକାଶ କରିଥିଲେ । ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ଗଣମାଧ୍ୟମ ଜଗତର ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସିନେମା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ଲାଭ କରି ସରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ସ୍ୱର୍ଗତ ରାମୋଜି ରାଓଙ୍କୁ କେନ୍ଦ୍ର ସରକାର ମରଣୋତ୍ତର ଦେଶର ଭାରତରତ୍ନ ପ୍ରଦାନ କଲେ ଏହା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କୁହାଯାଇଛି ।
ଇଟିଭି ଭାରତର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଗୋପାଳ ପଟ୍ଟନାୟକ , ପିତାମ୍ୱର ନାହାକ , ଦେବହରି ବେହେରା , କୈଳାସ ବେହେରା , ଆର୍ଶୀବାଦ ରାଉତ , ସ୍ୱାଧିନ କୁମାର ସାହୁ , କିରଣ କୁମାର ମିଶ୍ର , ରୂପକ ମହାନ୍ତି , କାଳୀପ୍ରସାଦ ରଥ , ଶ୍ରୀନିବାସ ରାଜାନା , ରମେଶ ରାଜାନା , ଗୌରୀ ଶଙ୍କର ମିଶ୍ର , ଗୋପାଳ ରେଡି , ସୁବୋଧ ପରିଚ୍ଛା , ବିଘ୍ନରାଜ ମହାପାତ୍ର , ହିମାଶୁଂ ଶେଖର ସାବତ , ସ୍ମିତାଲି ସ୍ମୃତିସ୍ମିଗ୍ଧା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶେଷରେ ନାରାୟଣ ମହାଙ୍କୁଡ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here