ନୃସିଂହନାଥ ମନ୍ଦିରରେ ଗହଣଦଳ ପକ୍ଷରୁ ବ୍ରହ୍ମଏକାକ୍ଷର ମେଳା

0
62

ବୁଗୁଡ଼ା, ୨୦/୦୬/୨୪ ସନାତନ ଧର୍ମର ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଅନ୍ତରପଡା ପଞ୍ଚାୟତର କଞ୍ଚୁରୁ-ପାଟଣା ଗ୍ରାମର ଶ୍ରୀ ନୃସିଂହନାଥ ସ୍ବାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜା-ବ୍ରହ୍ମପୁର ମଣ୍ଡଳ (ଉତ୍ତର ଇଲାକା) ଗହଣ ଦଳ ପକ୍ଷରୁ କଳକୀ ସେନା ବାହିନୀର ସେନାପତି ସର୍ଦ୍ଦାର ଲିଙ୍ଗରାଜ ଦାଶଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ରବିନ୍ଦ୍ର ବରାଡ (ସୋରଡା), ଭୀମ ପାତ୍ର (ଶେରଗଡ଼), ଖଲି ଗୌଡ (ଭଞ୍ଜନଗର) ଓ ଶିଶିରକାନ୍ତ ନାୟକ (ଗୋବେରା) ଯୋଗଦେଇ ପଞ୍ଚଦଶ ଶତାବ୍ଦୀରେ ଲିଖିତ ବ୍ରହ୍ମ ଏକାକ୍ଷର ତତ୍ତ୍ବକୁ ପର୍ଯ୍ୟାଲୋଚନା କରିଥିଲେ। ବ୍ରହ୍ମଏକାକ୍ଷର ସମାଜର ବିପଥଗାମୀ ମଣିଷକୁ ସତ୍ ମାର୍ଗରେ ପରିଚାଳିତ କରିବ ବୋଲି ମତବ୍ୟକ୍ତ କରି ଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଲିପଦର ବରିଷ୍ଠ ନାଗରିକ ମଞ୍ଚ ସଭାପତି ଇଂ. ବିପ୍ର ଚରଣ ପାତ୍ର, ଡି.ଗୋପାଳ କୃଷ୍ଣ ଆଚାରୀ, ଅବସରପ୍ରାପ୍ତ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଭଞ୍ଜମାଟି ସମ୍ପାଦକ କାମରାଜୁ ସାହାଣୀ, ସାହିତ୍ୟିକ ରାମେଶ୍ବର ପଟ୍ଟନାୟକ, ସଭାନେତ୍ରୀ ସୁଶ୍ରୀ ସ୍ନେହଲତା ବିଷୋୟୀ, ଡି.ପ୍ରଜ୍ଞାଶ୍ରୀ ଆଚାରୀ, ଡକ୍ଟର ବ୍ରଜକିଶୋର ପାଢ଼ୀ, ରବିନାରାୟଣ ପଟ୍ଟନାୟକ, ସୁରେନ୍ଦ୍ରନାଥ ପ୍ରଧାନ ସମେତ ଗହଣଦଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଶେଷରେ ଟ୍ରଷ୍ଟି ସୁଶାନ୍ତ କୁମାର ଆପଟ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here