ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯିବ ଚାଉଳ ଏ ଟି ଏମ

0
17

ଭୂବନେଶ୍ୱର,୨୦/୦୬/୨୦୨୪:
ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ଏ ଟି ଏମ ଖୋଲାଯିବ । ଭୁବନେଶ୍ୱର ରେ ସପ୍ତାହ ଭିତରେ ଖୋଲିବ ଚାଉଳ ଏ ଟି ଏମ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏ ଟି ଏମ କାର୍ଡ ଦିଆଯିବ । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି ।ହରିୟାଣାର ଗୁରୁଗ୍ରାମ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ ପରେ ଏବେ ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏ ଟି ଏମ ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲସ ଵା ଭୁତ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଉତ୍ତରପ୍ରଦେଶ ରେ ଚାଲୁଥିବା ରାଇସ ମେସିନରେ ପ୍ରଥମେ ରାସନ କାର୍ଡ଼ ନଂ ଦେବାକୁ ପଡିଥାଏ । ତାପରେ ବାୟୋମେଟ୍ରିକେ ରେ ଦସ୍ତଖତ ବା ଟିପ ଦେବାକୁ ପଡ଼ିବ । ତାପରେ ଜଣେ ବ୍ୟକ୍ତି ପାଇଁ ନିର୍ଦ୍ଧାରିତ ଶସ୍ୟର ପରିମାଣ ମେସିନ ସ୍କ୍ରିନରେ ଆସିବ । ଏହା ପରେ ଟଙ୍କା ବାହାରିବା ଭଳି ଏଟିଏମରୁ ରାସନ ବାହାରିବ । ଯଦି ଏହି ସମାନ ବ୍ୟବସ୍ଥା ଓଡିଶାରେ ବି ଲାଗୁ ହେବ ତେବେ ଲକ୍ଷଲକ୍ଷ ଲୋକ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here