ଧନେଇ ଜଳ ଭଣ୍ଡାରରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ।

0
49

ପୋଲସରା ୨୦/୦୬/୨୪ ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଜଳ ଭଣ୍ଡାରରେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖି ମା’ ସିଂହାସନୀ ମନ୍ଦିର ଟ୍ରଷ୍ଟି ରଘୁନାଥ ସାହୁ ପୋଲସରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ ପୋଲିସ ବାହିନୀ ଓ ଅଗ୍ନିଶମ ବାହିନୀ ସହ ଧନେଇ ଜଳ ଭଣ୍ଡାରକୁ ଯାଇ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରି ପୋଲସରା ମେଡିକାଲକୁ ଆଣିଥିଲେ। ଡାକ୍ତର ମହିଳାଙ୍କୁ ମୃତ୍ୟୁ ଘୋଷଣା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତଦନ୍ତ କରି ପୋଲିସ ଜାଣିପାରିଥିଲେଯେ ବୃଦ୍ଧା ଜଣଙ୍କ ହେଉଛନ୍ତି ଗୋଛାବାଡି ପଞ୍ଚାୟତ ଅନ୍ତର୍ଗତ ଜୋକବନ୍ଧ ଗ୍ରାମର ଅନୁଛାୟା ଡାକୁଆ (୭୦)। ଅନୁଛାୟା ନିଜ ବଡ଼ ଝିଅ ଘର ମଧୁପଲ୍ଲୀକୁ ଜୁନ ୧୯ ତାରିଖ ଦିବା ପ୍ରାୟ ୧୨ ଟା ସମୟରେ ବାହାରି ବସରେ ବସି ଯାଉଥିବା ବେଳେ କିପରି ବସରୁ ଓହ୍ଲାଇ ଧନେଇ ଜଳ ଭଣ୍ଡାରରେ ପଡି ମୃତ୍ୟୁ ମୁଖରେ ପଡିଲେ ସନ୍ଦେହ ସୃଷ୍ଟି କରିଛ।ଅନୁଛାୟାଙ୍କ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ପୋଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here