ବ୍ରହ୍ମପୁର ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0
53

ବ୍ରହ୍ମପୁର,୨୧/୦୬/୨୦୨୪:ଆଜି ବିଶ୍ବ ବ୍ୟାପୀ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିତ ହୋଇଯାଇଛି। ଭାରତରେ ସୃଷ୍ଟି ଯୋଗ ନାମକ ଏକ ପ୍ରାଚୀନ ଶାରୀରିକ ଅଭ୍ୟାସର ଚିରନ୍ତନ ଉପକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ସ୍ବତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୁଝୁଥିବା ଲୋକମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡ଼ିଛି।ଏହି ଅବସରରେ ବ୍ରହ୍ମପୁର ସ୍ଥିତ ମାହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମ ରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ବ୍ରହ୍ମପୁର ଉପଜିଲ୍ଲାପାଳ, ମହାନଗର ନିଗମ କମିଶନର, ମେୟର ସଂଘମିତ୍ରା ଦଲେଇ,ଡେପୁଟି ମେୟର ଇ.ବିବେକ ପ୍ରମୁଖ ଯୋଗ ଦେଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ପରି ଏକ ଅନନ୍ୟ ଭାରତୀୟ ପରମ୍ପରାକୁ ସମସ୍ତେ ଆପଣେଇବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। ତା’ ପରେ ଯୋଗର ଉପକାରିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍‌ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ।

LEAVE A REPLY

Please enter your comment!
Please enter your name here