ଚାନ୍ଦପୁର ଗ୍ରାମର ୮୬ ଲକ୍ଷ ଟଙ୍କାର ଜମି ହଡ଼ପ ମାମଲା ।ସବ୍ ରେଜିଷ୍ଟ୍ରାର ନିଜେ ହଡପରେ ସାମିଲ ହେତୁ ସବ୍ ରେଜିଷ୍ଟ୍ରାରଙ୍କ ନିଜସ୍ଵ ତଦନ୍ତକୁ ପ୍ରତ୍ୟାଖ୍ୟାନ, ଜିଲ୍ଲା ସ୍ତରୀୟ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ ଦାବି

0
34

ବ୍ରହ୍ମପୁର,୨୧/୦୬/୨୦୨୪: ବେଆଇନ ଭାବେ ଗଞ୍ଜାମ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ ଜାରି ହୋଇଥିବା ଚିଠି ଆଧାରରେ କନିଷି ସବ୍ ରେଜିଷ୍ଟ୍ରାରଙ୍କ ତଦନ୍ତ ରିପୋର୍ଟକୁ ଶ୍ରୀ ପାତ୍ର ବେଆଇନ ଦର୍ଶାଇ ଖଣ୍ଡନ, ଅଗ୍ରାହ୍ଯ ଓ ପ୍ରତ୍ୟାଖ୍ୟାନ କରି, ସଂପୃକ୍ତ ଅଭିଯୋଗକୁ ନିରପେକ୍ଷ ଭାବେ ସବ୍ ରେଜିଷ୍ଟ୍ରାର କନିଷିଙ୍କ କେଡର୍ ଠାରୁ ଜଣେ ଉର୍ଦ୍ଧ ଜିଲ୍ଲା ସ୍ତରୀୟ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରିବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଅଭିଯୋଗକାରୀ ବିଶ୍ବମ୍ବର ପାତ୍ର ଓ‌ ଛାପା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଆଧାର କରି ପାତ୍ର ଗତ ୧୩/୦୫/୨୦୨୪ ଉକ୍ତ ୮୬ ଲକ୍ଷ ଟଙ୍କା ଜମିଜମା ପଞ୍ଜିକରଣ ସମ୍ପତ୍ତି ଘୋଟଲାର ବିଧିବଦ୍ଧ ତଦନ୍ତ ପାଇଁ ଆହ୍ୱାନ କରିଥିଲେ । ମାତ୍ର ଜିଲ୍ଲା ସବ୍ ରେଜିଷ୍ଟ୍ରାର କନିଷି ସବ୍ ରେଜିଷ୍ଟ୍ରାରଙ୍କ ସହିତ ସଲାସୁତରା ରେ ବେଆଇନ ଭାବେ ଏହି ମହା ଘୋଟଲାର ତଦନ୍ତ ଚିଠି ନଂ ୧୧୫୭ ତା ୨୦/୦୫/୨୦୨୪ ରିଖରେ ଯେଉଁ କନିଷି ସବ୍ ରେଜିଷ୍ଟ୍ରାରଙ୍କ ନାମରେ ଅଭିଯୋଗ ହୋଇଥିଲା ତାଙ୍କୁ ହିଁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଚିଠିକୁ ଆଧାର କରି କନିଷି ସବ୍ ରେଜିଷ୍ଟ୍ରାର ଆଗଠୁ ପ୍ରସ୍ତୁତ ହୋଇଥିବା ସ୍ଵରୁପ ତରବରିଆ ଭାବେ ତା’ପର ଦିନ ଅର୍ଥାତ ୨୧/୦୫/୨୦୨୪ ଚିଠି ନଂ ୩୨୧ରେ ଅଭିଯୋଗ ପତ୍ର ଓ ଛାପା ଗଣମାଧ୍ୟମରେ ପ୍ରକାଶିତ ଖବରର ଗୁରୁତ୍ବ ଓ‌ ଅପରାଧିକ ଷଡ଼ଯନ୍ତ୍ରର ଗଭୀରତାକୁ ପ୍ରବେଶ ନକରି ଓ ଅଣଦେଖା କରି ଏବଂ ସମସ୍ତ ପକ୍ଷ ଯଥା ସମସ୍ତ ସମ୍ପାଦାନ କାରୀ, ପ୍ରଥମ ଓ ଦ୍ବିତୀୟ ସାକ୍ଷୀ ଓ ଦଲିଲ୍ ଲେଖକଙ୍କୁ ଲିଖିତ ସମନ ଜାରି ନକରି ଓ ବିଚାରଣା ନକରି ‌ଓ‌ ସେମାନଙ୍କ ଠାରୁ ବିଚାରଣାର ଲିଖିତ ଷ୍ଟେଟମେଣ୍ଟ ନରଖି ଏକ ମନଗଢା ଚିଠି ସବୁ ଠିକ୍ ଅଛି ଦର୍ଶାଇ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଙ୍କୁ ପ୍ରେରିତ କରିଛନ୍ତି, ଯାହାକି ଶ୍ରୀ ପାତ୍ର ଦୃଢ଼ ଭାବରେ ଖଣ୍ଡନ କରି ଗତ ୧୯/୦୬/୨୦୨୪ ରେ ପ୍ରତିବାଦ କରିଛନ୍ତି ଓ ଏହାର ନକଲ ନୁଆ ମୂଖ୍ୟମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଆଇଜିଆର୍ ଓଡ଼ିଶା, ଭିଜିଲାନ୍ସ ନିର୍ଦ୍ଦେଶକ ଓଡ଼ିଶା, ବ୍ରହ୍ମପୁର ଭିଜିଲାନ୍ସ ଏସପି, କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏସପି ଓଡ଼ିଶା, ଆରଡିସି ବ୍ରହ୍ମପୁର, ଗଞ୍ଜାମ ଜିଲାପାଳ, ତହସିଲଦାର କନିଷି ଓ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କୁ ପଠାଇ ତଦନ୍ତ ପାଇଁ ଆହ୍ୱାନ କରିଛନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ୧୯୫୫ ଠାରୁ ୧୯୫୯ ମସିହା ମଧ୍ୟରେ ଉକ୍ତ ବିବାଦୀୟ ଜମି ମୃତ ଟିକଲ ସାହୁ ବ୍ରହ୍ମପୁର ର ଦୁଇ ମହିଳାଙ୍କ ନାମରେ ବିକ୍ରି କରି ଦେଇଥିଲେ । ଜାଣତରେ ହେଉ ବା ଅଜାଣତରେ ହେଉ କ୍ରୟ କରିଥିବା ବ୍ୟକ୍ତି ମାନେ ପଟ୍ଟା ତାଙ୍କ ନାମରେ କରି ପାରିନଥିବାରୁ ଉକ୍ତ ଜମିର ପଟ୍ଟା ପୂର୍ବରୁ ବିକ୍ରି କରିଥିବା ମୃତ ଟିକଲ ସାହୁ ନାମରେ ଆଜି ପର୍ଯ୍ୟନ୍ତ ଗଢ଼ି ଗଢି ଆସୁଅଛି । ଯେଉଁ ମହିଳାମାନେ ଉକ୍ତ ଜମି କିଣିଥିଲେ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ପ୍ରାୟ ୫୦ ରୁ ୬୦ ଜଣ ଉତ୍ତରାଧିକାରୀ ଆସୁଛନ୍ତି । ଯେହେତୁ ରମାରାଣୀ ପାତ୍ର ମଧ୍ୟ ଏହି ୬୦ ଜଣ ଉତ୍ତରାଧିକାରୀ ମାନଙ୍କ ମଧ୍ୟରୁ ଜଣେ ଉତ୍ତରାଧିକାରୀ ଓ ଯାହାଙ୍କ ପାଖରେ ଏହି ବିବାଦୀୟ ଆମ୍ବତୋଟା ଜମି ଦୀର୍ଘ ୬୦ ବର୍ଷ ହେଲା ଭୋଗଦଖଲରେ ଥିଲା, ତେଣୁ‌ , ଭବିଷ୍ୟତରେ କଥାଟା ପ୍ରଘଟ ହେଲେ ଅପରାଧିକ ମାମଲାରେ ଫସିଯିବା ଭୟରେ ଶ୍ରୀମତୀ ରମାରାଣି ପାତ୍ର ଏହି କାର୍ଯ୍ୟକଳାପ ଠାରୁ ଦୁରେଇ ରହି ମନା କରିବା ସତ୍ତ୍ୱେ, ଜମି ଦଲାଲ ଓ ମାଫିଆ ମାନେ ଉକ୍ତ ଜମି ବହୁବର୍ଷ ପୂର୍ବରୁ ମୃତ ଟିକଲ ସାହୁ ବିକ୍ରି କରି ଦେଇଥିବା ସତ୍ତ୍ବେ ଉକ୍ତ କବଲାକୁ ଦାଖଲ ନକରି ଓ ପୂର୍ବରୁ କ୍ରୟ କରିଥିବା ଦୁଇ ମହିଳାଙ୍କ ଉତ୍ତରାଧିକାରୀଙ୍କ ଅଜାଣତରେ ଓ ଲୁକ୍କାୟିତ ଭାବେ ମୃତ ଟିକଲ ସାହୁଙ୍କ ଉତ୍ତରାଧିକାରୀ ମାନଙ୍କୁ ପ୍ରଭାବିତ କରି ଉକ୍ତ ବିବାଦୀୟ ଜମିକୁ ପୁଣିଥରେ ଦଲାଲ୍ ମାନେ ବିକ୍ରି କରିଦେଇ ଉକ୍ତ ଜମିର ବର୍ତ୍ତମାନ ବଜାର ଦରର ବିକ୍ରି ଲବ୍ଧ ଅର୍ଥ ୮୬ ଲକ୍ଷ ଟଙ୍କା ଉଭୟ ପକ୍ଷର ଉତ୍ତରାଧିକାରୀ ମାନଙ୍କୁ କାହାକୁ ମଧ୍ୟ କାଣିଚାଏ ଟଙ୍କା ନଦେଇ ସମଗ୍ର ୮୬ ଲକ୍ଷ ଟଙ୍କା ଆତ୍ମସାତ କରିଦେଇଛନ୍ତି
ଏପଟେ, ଶୁଣିବାକୁ ମିଳୁଛି ଯେ, ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଚିଠି ଆସିଲା ପରେ ଚାଲାକ୍ କନିଷି ସବ୍ ରେଜିଷ୍ଟ୍ରାର କିଛି ଦଲାଲଙ୍କୁ ପ୍ରଭାବିତ କରି ରମାରାଣୀ ପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡ଼କାଇ ଏହି ଜମିଜମା ସହିତ ମୋର କିଛି ନେଣଦେଣ ନାଇଁ ବୋଲି ଲିଖିତ ଆକାରରେ ରଖି ଭିଡିଓ ରେକଡିଙ୍ଗ୍ କରାଇ ନେଇଛନ୍ତି । ମାତ୍ର କନିଷି ସବ୍ ରେଜିଷ୍ଟ୍ରାର ଭୁଲିଗଲେ ଯେ, ଏହି ବିବାଦୀୟ ଜମି ଗତ ସେପ୍ଟେମ୍ବର ମାସ ୨୦୨୩ ମସିହାରେ ପଞ୍ଜିକରଣ କଲାବେଳେ ଦ୍ବିତୀୟ ସାକ୍ଷୀ ହିସାବରେ ଯିଏ ରୋମାରାଣୀ ପାତ୍ର ବୋଲି ଦସ୍ତଖତ କରିଛନ୍ତି ଓ ତା’କୁ ସବ୍ ରେଜିଷ୍ଟ୍ରାର ବିଚାରଣା କରିଛନ୍ତି ସିଏ କିଏ ସବ୍ ରେଜିଷ୍ଟ୍ରାର ମହାଶୟ ଖୁଲାସା କରି
ପାରିବେ କି ? କାହିଁକି ନା, ଆଶ୍ଚର୍ଯ୍ୟର କଥା, ପ୍ରକୃତ ରମାରାଣୀ ପାତ୍ର ଓ‌ ରୋମାରାଣୀ ପାତ୍ର ଉଭୟଙ୍କ ଦର୍ଶାଯାଇଥିବା ଠିକଣା ହେଉଛି ସ୍ବାମୀ ଜୟ ଚନ୍ଦ୍ର ପାତ୍ର, ଭାପୁର ଦଳୁଆ ସାହି, ବ୍ରହ୍ମପୁର ଗଞ୍ଜାମ ଓ ଦୁଃଖର ବିଷୟ ଜୟ ଚନ୍ଦ୍ର ପାତ୍ର ଜଣେ ଉଚ୍ଚ ଶିକ୍ଷିତ ଅବସରପ୍ରାପ୍ତ ବାଣିଜ୍ୟ ବିଭାଗର ପ୍ରଫେସର ଥିଲେ ଓ ଜୀବିତ ଥିବା ସମୟରେ ତାଙ୍କ ବିନା ଜାଣତରେ ଠକେଇ କରି ଏହି ଜମି ବିକ୍ରି ହୋଇ ଯାଇଥିବା ଓ ବିକ୍ରି ଲବ୍ଧ ଅର୍ଥ ଟଙ୍କାଟିଏ ନ ପାଇଥିବା ଯୋଗୁଁ ମୋ ଜମି ମୋ ଜମି ବୋଲି ବୋଲି ମାନସିକ ଭାରସାମ୍ୟ ହରାଇ ଗତ ଦୁଇ ମାସ ତଳେ ସ୍ଵର୍ଗାରୋହଣ କରିଦେଲେ ।ଏହା ବ୍ୟତୀତ ଏହି ଦୁର୍ଦ୍ଦାନ୍ତ ଜମି ଦଲାଲ ମାନେ ଟିକଲ ସାହୁଙ୍କ ଉତ୍ତରାଧିକାରୀ ମାନଙ୍କୁ ଏହି ବିବାଦୀୟ ଜମି ତୁମର ବାପା ଓ ଗୋସାଇଁ ବାପା ବୋଲାଉଥିବା ମୃତ ଟିକଲ ସାହୁ ୭୦ ବର୍ଷ ତଳେ ବ୍ରହ୍ମପୁରର ଦୁଇ ଜଣ ମହିଳାଙ୍କୁ ବିକ୍ରି କରି ଦେଇଥିବା ଓ ତୁମମାନଙ୍କ‌ ଏହି ଜମିରେ ହକ୍କ ନାହିଁ ଓ ତୁମେ କେବଳ ଦସ୍ତଖତ କରିବ ବୋଲି ପ୍ରବର୍ତ୍ତାଇ ଓ ଧମକ ଚମକ ଦେଇ କେବଳ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ଦିନକର ମଜୁରୀ, ଯାତାୟାତ ଖର୍ଚ୍ଚ ଓ ଖାଇବା ପିଇବା ଖର୍ଚ୍ଚ ଦେଇ ଆଣି ପଞ୍ଜିକରଣ କରାଇ ନେଇଥିଲେ। ତେଣୁ, ଏହି ଅଭିଯୋଗ ପଠା ଯାଇଥିବା ସମସ୍ତ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ ଯେ, ଏହାର ବିଧିବଦ୍ଧ ତଦନ୍ତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ, ଭିଜିଲାନ୍ସ ଓ ଫୋଉଜଦାରୀ ଅପରାଧିକ କୋଣରେ ଦେଖି ଜଣେ ସଚ୍ଚୋଟ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here