ପିପୁଲସ କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

0
10

ବୁଗୁଡା ୨୧/୬/୨୪ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ଜୁନ ୨୧ ତାରିଖ ଦିନ କ୍ରୀଡା ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନି କ୍ରୀଡା ବିଭାଗ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ତଥା ଆଇକିୟୁଏସି ସଂଯୋଜକ ଅକ୍ଷୟ କୁମାର ସାହୁ ଯୋଗଦେଇ ନିୟମିତ ଯୋଗ ଅଭ୍ୟାସ କରିବା ଦ୍ୱାରା ହେଉଥିବା ଉପକାର ବିଷୟରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିନୋଦ କୁମାର କର, ଯୁବ ରେଡ଼ କ୍ରସ ସଂଯୋଜକ ତଥା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ, ଜାତୀୟ ସେବା ଯୋଜନା – ୟୁନିଟ ୧ ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଯୋଗଦେଇଥିଲେ। ଯୁକ୍ତ ଦୁଇ କ୍ରୀଡା ବିଭାଗ ଉପସଭାପତି ତଥା ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ଅଧ୍ୟାପକ କ୍ରିଷ୍ଣାରାଓ ପାତ୍ର ଓ ଏମ ଶ୍ରୀନିବାସ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୧୫୦ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍ତମ ଯୋଗ ପ୍ରଦର୍ଶନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ କ୍ରୀଡା ବିଭାଗ ଉପସଭାପତି ତଥା ଅଧ୍ୟାପକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here