ପୋଲସରା ଓ ବୁଗୁଡ଼ାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
46

ପୋଲସରା/ବୁଗୁଡ଼ା, ୨୧/୦୬/୨୪: ପୋଲସରା ଓ ବୁଗୁଡ଼ାରେ ଆନ୍ତର୍ଜାତିକ ଯୋଗ ଦିବସ, ଜୁନ ୨୧ ତାରିଖ ଦିନ ପାଳିତ ହୋଇଯାଇଛି। ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ନିଜ ବକ୍ତବ୍ୟରେ ପ୍ରସ୍ତାବ ଦେଇଥିଲେ। ମିଳିତ ଜାତି ସଂଘ ଅଧିବେସନରେ ଅନୁମୋଦନ ହେବା ପରେ ୨୦୧୫ ଜୁନ ୨୧ ତାରିଖ ଦିନ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଲୁଣିଘାଟି ପଡିଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଉଦଘାଟନ କରିଥିବା ବେଳେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଅତିଥି ଭାବେ ଯୋଗଦେଇଥିଲେ। ଆଇନଜୀବୀ ତଥା ଯୋଗ ପ୍ରଶିକ୍ଷକ ଗୌରହରି ବିଷୋୟୀ ପ୍ରଶିକ୍ଷଣ ଦେବାସହ ଯୋଗର ଉପକାରୀତା ବିଷୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ତହସିଲଦାର ରୁବୀ ବେହେରା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁଷି ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏହି ଅବସରରେ କିଛି ବ୍ୟକ୍ତିଙ୍କୁ ମଧ୍ଯ ସମ୍ମାନୀତ କରାଯାଇଥିଲା। ସେହିପରି ବୁଗୁଡା ଇନଡୋର ଷ୍ଟାଡିୟମରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଳିକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଅଂଶ ଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ।

LEAVE A REPLY

Please enter your comment!
Please enter your name here