ବାଙ୍ଗାଲୋର ସୋମପୁରା, ସର୍ଯାପୂର୍ ଜଗନ୍ନାଥ ପୀଠରେ ସ୍ନାନ ପୂର୍ଣ୍ଣିମା ଯଥାବିଧି ପାଳନ ଏବଂ ଅଣସର ନୀତି ଆରମ୍ଭ

0
18

ବାଙ୍ଗାଲୋର,୨୧/୦୬/୨୦୨୪:
ସ୍ଥାନୀୟ ସୋମପୁରା, ସର୍ଯାପୂର୍ ଜଗନ୍ନାଥ ପୀଠରେ ସ୍ନାନ ପୂର୍ଣ୍ଣିମା ଯଥାବିଧି ପାଳନ ହୋଇଯାଇଛି। ଏହି ଅବସରରେ ୧୦୮ ନୁଆ ତମ୍ବା କଳସୀରେ ଅଭିମନ୍ତ୍ରୀତ ପାଣି ନିଆଯାଇ ଚତୁ୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ଦେଖିବା ପାଇଁ ଅନେକ ଓଡ଼ିଆ ତଥା ଅଣ ଓଡ଼ିଆ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଆରତୀ ପରେ ଭୋଗ ନୈବେଦ୍ୟ ସାରି ପ୍ରଭୁଙ୍କୁ ଯଥାବିଧି ଅଣସର ଗୃହକୁ ପ୍ରବେଶ କରାଯାଇଥିଲା। ଅନେକ ଭକ୍ତଙ୍କ ସମାଗମରେ ଅସ୍ଥାୟୀ ମନ୍ଦିରର ପରିବେଶ ବେଶ୍ ଭାବମୟ ହୋଇ ପଡ଼ିଥିଲା। ଏବେ ପ୍ରଭୁୁଙ୍କ ଅଣସର ନୀତି ଏବଂ ଗୁପ୍ତ ସେବା ଚାଲିଛି।
ନବ ଯୌବନ ଦର୍ଶନ ଯାଏଁ ଭକ୍ତ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।

ଓଡ଼ିଶା ବାହାରେ ଓଡ଼ିଆ ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ମନ୍ଦିର ପରିଚାଳନା କମିଟି ଏବଂ ଜଗନ୍ନାଥ ପୀଠ, ବାଙ୍ଗାଲୋରର ସମସ୍ତ ସଦସ୍ୟ ମାନଙ୍କ ଉଦ୍ୟମରେ ଏହି ନୂତନ ଜଗନ୍ନାଥ ମନ୍ଦିରର ଭୂମି ଅଧିଗ୍ରହଣ ଏଵଂ ମନ୍ଦୀର ନିର୍ମାଣ ଯଥାଶୀଘ୍ର ଆରମ୍ଭ ହେବ ବୋଲି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here