ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

0
56

ପୋଲସରା ୨୨/୦୬/୨୪ ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ ମହିଳା ଜଣଙ୍କ ହେଲେ ମନ୍ଦାର ଗ୍ରାମ ମେଳା ସାହିର ସୁଶାନ୍ତ ବିଷୋୟୀଙ୍କ ପତ୍ନୀ ଝିଲି ବିଷୋୟୀ (୩୨ ) l ସୂଚନା ଅନୁସାରେ ଜୁନ ୨୧ ତାରିଖ ରାତ୍ର ଭୋଜନ ପରେ ଝିଲି, ସୁଶାନ୍ତ ଓ ତାଙ୍କର ୨ ପୁଅ ନିଜ ଘର ପ୍ରଥମ ବଖରାରେ ଶୋଇଥିଲେ l ରାତ୍ର ପ୍ରାୟ ୧୧ ଟା ସମୟରେ ଏକ ନାଗ ସାପ ଝିଲିଙ୍କୁ କାମୁଡି ଦେଇଥିଲା l ପରିବାର ଲୋକେ ଝିଲିଙ୍କୁ ତୁରନ୍ତ ପୋଲସରା ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଝିଲିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା l ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ଜୁନ ୨୨ ତାରିଖ ଭୋର ସମୟରେ ଝିଲିଙ୍କ ମୃତ୍ୟୁ ହୋଇଥିଲା l ଝିଲିଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ବୃନ୍ଦ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here