ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

0
17

ବ୍ରହ୍ମପୁର,୨୨/୦୬/୨୦୨୪ :ସ୍ଥାନୀୟ ଗିରିରୋଡସ୍ଥିତ ବ୍ରହ୍ମାକୁମାରୀସ୍ ଶାଚିକୁଣ୍ଡ ତରଫରୁ ରାମଚନ୍ଦ୍ରପୁର ପ୍ରଭୁ ଉପହାର ଭିଟ୍ରିଟ ସେଣ୍ଟର ଠାରେ ୧୦ତମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଆଲୋଚ୍ୟ ବିଷୟ ଥିଲା – ” ମାନବିକତା ଏବଂ ଶାଢି ସକାଶେ ଯୋଗ” । ମୁଖ୍ୟ ଅତିଥୁ ରୂପେ ରାଜ୍ୟ ପରିବହନ, ବାଣିଜ୍ୟ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଭ୍ରାତା
ବିଭୂତି ଭୂଷଣ ଜେନା ଯୋଗଦେଇ ଆଜିର ଯୋଗ ଦିବସକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରି କହିଥିଲେ ଯେ, ୧୦ ବର୍ଷ ପୂର୍ବରୁ
ପ୍ରଧାନମନ୍ତ୍ରୀ ଦ୍ଵାରା ଘୋଷିତ ହୋଇଥିବା ଏହି ଯୋଗଦିବସକୁ ମିଳିତ ରାଷ୍ଟ୍ର ସଂଘ ସମେତ ବିଶ୍ଵର ୨୦୦ଟି ଦେଶ ସ୍ଵୀକାର କରି
ଆସୁଛନ୍ତି । ଏହି ଯୋଗ ହେଉଛି ଜୀବନର ଏକ ଅଭିନ୍ନ ଅଙ୍ଗ । ଏହା ମନୁଷ୍ୟ ମନର ଆବେଗକୁ ଆୟତ୍ତ କରିବା ସହ ନିଷ୍କାମ କର୍ମଯୋଗୀ ହେବାର ପ୍ରେରଣା ଦେଇଥାଏ । ଏଣୁ ବ୍ୟବହାରିକ ଜୀବନରେ କୁଶଳତା ପ୍ରାପ୍ତ ସହିତ ଅପରିଗ୍ରହ, ତପ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ଦ୍ଵାରା ଏକ ସୁଖମୟ ଶାନ୍ତ, ସମୃଦ୍ଧ ସମାଜ ସୁପାନ କରିହେବ । ଦିଗପହଣ୍ଡି ବିଧାୟକ ଭ୍ରାତା ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥୁ ରୂପେ ଯୋଗଦେଇ ଆଜିର ଯୋଗଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସର୍ବସାଧାରଣରେ ଏହି ଯୋଗର ଅଭ୍ୟାସ ଏବଂ ପ୍ରୟୋଗ ଦ୍ଵାରା ଆମର ସଂକଳ୍ପ, ବାଣୀ ଏବଂ କର୍ମ ଅନ୍ୟକୁ ସୁଖ, ଶାନ୍ତି, ପବିତ୍ରତା, ଧୈର୍ଯ୍ୟ, କରୁଣା ଏବଂ ନିଃସ୍ୱାର୍ଥ ସ୍ନେହ ପ୍ରଦାନ କରାଇପାରିବ ।ବ୍ରହ୍ମପୁର ଏବଂ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ଭଗିନୀ ଗୀତାଞ୍ଜଳି ଦାଶ ଅନ୍ୟତମ ସମ୍ମାନିତ ଅତିଥୁ ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆମ ଭାରତର ଏହି ଯୋଗ ସର୍ବପୁରାତନ ଏବଂ ବିଶ୍ଵ ଉପଯୋଗୀ ଅଟେ । ଏହାର ନିତ୍ୟ ଅଭ୍ୟାସ ଦ୍ଵାରା ମନରେ ଦିବ୍ୟ ଶକ୍ତି, ଶାନ୍ତି, ଆନନ୍ଦ ପ୍ରାପ୍ତି ସହ ଏହି ବିଶ୍ଵରେ ସ୍ଵଚ୍ଛ, ସୁସ୍ଥ, ସୁଖମୟ ଓ ନିରାମୟ ବାତାବରଣ ସଞ୍ଚରିତ ହୋଇପାରିବ ।ବରିଷ୍ଠ ସିଭିଲ ଜଜ୍ ଭଗିନୀ ସରୋଜିନୀ ସାହୁ ଆଜିର ଦିବସ ପ୍ରତି ଶୁଭକାମନା ଜ୍ଞାପନା ପୂର୍ବକ ଦୈନନ୍ଦିନ ଜୀବନରେ କିଛି ସମୟ ବାହାର କରି ପ୍ରତ୍ୟେକ ବ୍ୟକ୍ତି ପରମାମ୍ ପ୍ରଦତ୍ତ ସହଜ ରାଜଯୋଗ ଅଭ୍ୟାସ ଦ୍ଵାରା ଆଧୁନିକ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ମାଉଣ୍ଟଆବୁସ୍ଥିତ ବରିଷ୍କା ରାଜଯୋଗ ଶିକ୍ଷିକା ମାସିକ ଜ୍ଞାନାମୃତ ଏବଂ ହରିୟାଲୀର ସମ୍ପାଦକ ଭଗିନୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଉର୍ମିଳା ଭୌତିକ ଯୋଗ, ମାନସିକ ଯୋଗ, ବୌଦ୍ଧିକଯୋଗ ଏବଂ ଆଧାମ୍ବିକ ଯୋଗର ବର୍ଣ୍ଣନା କରିବା ପୂର୍ବକ ସର୍ବଶ୍ରେଷ୍ଠ ରାଜଯୋଗ ଦ୍ଵାରା ମନକୁ ପରମାତ୍ମାଙ୍କ ସହିତ ଏକାଗ୍ର କରି ନିଜେ ସର୍ବଗୁଣ ସମ୍ପନ୍ନ ଏବଂ ଷୋହଳକଳା ସମ୍ପୂର୍ଣ ତଥା ସମ୍ପୂର୍ଣ ଅହିଂସକ ହୋଇ ବିଶ୍ବର ପ୍ରତି ସମସ୍ୟାର ସରଳ ସମାଧାନ କରିପାରିବା ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ସବ୍ ଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ଆଶୀର୍ବଚନରେ ଯୋଗର ପ୍ରାସଙ୍ଗିକତା ସମ୍ପର୍କରେ କହିଥିଲେ ଯେ ଆତ୍ମାର ପରମାତ୍ମାଙ୍କ ସହ ସର୍ବସମ୍ବନ୍ଧ ସ୍ଥାପନା ପୂର୍ବକ ଆନ୍ତରିକ୍ତ ଶାରି, ଦିବ୍ୟଆନନ୍ଦ ପ୍ରାପ୍ତ କରି ସମାଜରେ ଏକ ଦୈବୀ ସାମ୍ରାଜ୍ୟ ସ୍ଥାପନ ହୋଇପାରିବ । ବ୍ରହ୍ମପୁର ସବଜୋନ ସହ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଲା ରାଜଯୋଗର ଅଭ୍ୟାସ କରାଇବା ସହ ମନରେ ପରମାତ୍ମା ଅନୁଭୂତି ସଞ୍ଚାର କରାଇଥିଲେ । ନିଳାଚଳ ନଗର ଉପସେବା କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଶଂସା ଈଶ୍ଵରୀୟ ବିଶ୍ବବିଦ୍ୟାଳୟର କାର୍ଯ୍ୟବିଧି ବର୍ଣନା କରିବା ସହ ସଭାକାର୍ଯ୍ୟର ସୁପରିଚାଳନା କରିଥିଲେ ।ପରିଶେଷ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

LEAVE A REPLY

Please enter your comment!
Please enter your name here