ଆସନ୍ତାକାଲି ଠାରୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ

0
11

ଭୂବନେଶ୍ୱର,୨୩/୦୬/୨୦୨୪:
ଆସନ୍ତା କାଲି ଠାରୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ । ରାଜ୍ୟରେ ପାଣିପାଗ ବଦଳିବା ହେତୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ହେବ ନାହିଁ ।
ଏଥି ସହିତଏଥିସହିତ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସୂଚନାଯୋଗ୍ୟ ଯେ,ରାଜ୍ୟରେ ପ୍ରବଳ ଖରା କାରଣରୁ ସ୍ୱାଭାବିକ ଭାବେ ଚାଲିପାରୁନଥିଲା ସ୍କୁଲ । ହେଲେ ଏବେ ପାଣିପାଗ ବଦଳିଥିବାରୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here