ମାଣିତରା ମେଡ଼ିକାଲରେ ଆନ୍ତର୍ଜାତିକ ଯୋଗ ଦିବସ

0
51

ବୁଗୁଡା ୨୩/୬/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ଜୁନ ୨୧ ତାରିଖ ଦିନ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଣିତରା ସରକାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଯୋଗ ପ୍ରଶିକ୍ଷକ ଗଣନାଥ ପଟ୍ଟନାୟକ, ଫାର୍ମାସିଷ୍ଟ ସରୋଜ ପଟ୍ଟନାୟକ ଓ ଟେକିନସିଆନ କାଳୀ ପ୍ରସାଦ ସାହୁ ଆନ୍ତର୍ଜାତିକ ଯୋଗ ଦିବସର ମହତ୍ତ୍ଵ ଓ ତାତ୍ପର୍ଯ୍ୟ, ଯୋଗର ଆବଶ୍ୟକତା, ଯୋଗ ସହ ସ୍ୱାସ୍ଥ୍ୟର ସମ୍ପର୍କ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଯୋଗ କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ପ୍ରଧାନ ସଂଯୋଜନା କରିଥିଲେ। ଯୋଗ ପ୍ରଶିକ୍ଷକ ଶ୍ରୀ ପଟ୍ଟନାୟକ ବିଭିନ୍ନ ଯୋଗ, ଆସନ ଓ ପ୍ରାଣାୟାମ ଗୁଡ଼ିକୁ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ଗହଣରେ ନିଜେ ପ୍ରଦର୍ଶନ କରି ସମସ୍ତଙ୍କୁ ଶିକ୍ଷାଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here