ଜାପାନୀ ଏସ୍‌ଫାଲାଇଟସ୍, ଡିପ୍‌ରିଆ ଓ ଜଣ୍ଡିସ୍‌ର ସ୍ଥିତି ସଂପର୍କରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ।ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳମାନଙ୍କ ସହ ସ୍ଥିତି ସମ୍ପର୍କରେ ଅବଗତ ହେଲେ।ଜାପାନୀ ଏସ୍‌ଫାଲାଇଟସ୍ ନାଁରେ ଗୁଜବ ସୃଷ୍ଟିକାରୀ ଓ ଆତଙ୍କ ଖେଳାଉଥ‌ିବା ଅସାମାଜିକ ତତ୍ତ୍ବଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

0
13

ଭୁବନେଶ୍ୱର, ୨୪/୦୬/୨୦୨୪:
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍‌ଫରେନିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍‌ସେଫାଲାଇଟ୍ସ, ଡିଫ୍‌ରିଆ ଓ ଜଣ୍ଡିସ୍‌ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।
ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍ ମାସ ୧୭ ତାରିଖରେ ପ୍ରଥମ ଡିପ୍‌ଥେରିଆ କେସ୍ ଠାବ ହୋଇଥିଲା ।ଏହି ଘଟଣା ପରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ୫ ବର୍ଷ ତଳକୁ ପିଲାମାନଙ୍କୁ ଟିକା ଦିଆଯାଉଛି । ୩ଟି ଗ୍ରାମକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏଥ୍ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଏହି ଅଞ୍ଚଳକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଜିଲ୍ଲାରେ ଟ୍ୟାଙ୍କର ଦ୍ଵାରା ସ୍ଵଚ୍ଛ ପାନୀୟ ଜଳ ଯୋଗାଇଦେବା ସହ ଡିପ୍‌ଥେରିଆର ସ୍ଥିତି ଉପରେ ନଜର ରଖୁବା ସହ ଏହା ଯେପରି ଅଧ‌ିକ ନ ବ୍ୟାପେ, ସେଥ‌ିରେ ଅଙ୍କୁଶ ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସମ୍ବଲପୁରରେ ବ୍ୟାପିଥୁବା ଜଣ୍ଡିସ୍ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା କାହିଁକି ହୋଇଛି ଓ କିପରି ବ୍ୟାପିଛି ଓ ଏହାକୁ ରୋକିବାକୁ କ’ଣସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟ ଜାଣିବାକୁ ଚାହିଁଥିଲେ । ବର୍ତ୍ତମାନ ସୁଦ୍ଧା ୮୨ଟି ଜଣ୍ଡିସ୍ କେସ୍ ସାମ୍‌ନାକୁ ଆସିଛି । ତେବେ ଲଗାତାର ଦୁଇଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଦେଖ‌ିବାକୁ ମିଳିଛି । କୌଣସି ନୂଆ କେସ୍ ସାମ୍‌ନାକୁ ଆସିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ ସବୁ ବଦଳାଯାଉଛି । ୱାଟ୍‌ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍ ସବୁକୁ ତନଖ୍ କରାଯାଇଛି । ତେବେ ଜଣାଯାଉଛି ବହୁତଗୁଡ଼ିଏ ଘରକୁ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍ ନାଳ ତଳ ଦେଇଯାଇଛି ଏଥୁରୁ ସଂକ୍ରମଣ ବ୍ୟାପୁଥ‌ିବାର ଜଣାପଡୁଛି । ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି । ଲୋକମାନେ ଅଯଥାରେ ଆତଙ୍କିତ ନହେବା ପାଇଁ ମାଇକ୍ ଯୋଗେ ସହରସାରା ପ୍ରଚାର କରାଯାଉଛି ।ସହରରେ ଆବଶ୍ୟକ ସ୍ଥଳେ ସ୍ଵଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜେନ୍ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବା ସହ ମହାନଗର ନିଗମ ଖାଦ୍ୟ ଓ ପାନୀୟ ଜଳର ସ୍ୱଚ୍ଛତା ପରୀକ୍ଷା କରିବା ସହ ଏହାର ଗୁଣବତ୍ତା ବଜାୟ ରଖୁବାକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଅନୁଗୋଳ ଜିଲ୍ଲାରେ ଦୁଇଟି ସନ୍ଦିଗ୍ଧ ଘଟଣା ସାମ୍‌ନାକୁ ଆସିଥିବାବେଳେ ସେଥ୍ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥ‌ିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ମୃତ୍ୟୁ ହୋଇଥିବା ଶିଶୁଙ୍କଠାରେ ରକ୍ତହୀନତାଜନିତ ଅସୁସ୍ଥତା ଥ‌ିବାବେଳେ ଦ୍ଵିତୀୟ ଜଣଙ୍କ ସେପ୍ଟିସେମିଆରେ ଆକ୍ରାନ୍ତ ଥିଲେ ଓ ଦୁଇଜଣଯାକ ଅପପୁଷ୍ଟିର ଶିକାର ହୋଇ ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା ।ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ପିଲାମାନଙ୍କର ସ୍ଵାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ବୁଝାଉଛନ୍ତି । ଏହି ଦୁଇଟି ଘଟଣାରେ ଆକ୍ରାନ୍ତ ଶିଶୁଙ୍କର ଘର ପାଖରେ ଘୁଷୁରି ଦଳ ରହୁନଥିବା ବେଳେ ମାଟି ମଧ୍ୟ ସନ୍ତସନ୍ତିଆ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ । ତେବେ ଏ ସମ୍ପର୍କିତ ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଯେଉଁ ଗୁଜବ ସୃଷ୍ଟିକାରୀ ଓ ଅସାମାଜିକ ତତ୍ତ୍ଵ ଜାପାନୀ ଏନ୍‌ସେଫାଲାଇଟିସ୍ ନାମରେ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ସହ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here