ବ୍ରହ୍ମପୁର, ୨୨/୦୬/୨୦୨୪ ;ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡ ର ସାଧାରଣ ସଭା ଅବସରରେ କ୍ଳବ୍ ତରଫରୁ ନୂତନ ବିଧାୟକ କେ ଅନୀଲ କୁମାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ସମାଜର ଅସହାୟ ଜନ ସାଧାରଣ ଏବଂ ପରିବେଶ ସୁରକ୍ଷା ନିମନ୍ତେ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଅବସରରେ କ୍ଳବ୍ ସଭାପତି ଡ ପୁଷ୍ପାଞ୍ଜଳି ପଢାଳ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ବିଧାୟକ କେ ଅନୀଲ କୁମାର, ଜେଏମ୍ଏଫସି ଲାୟନ୍ସ ହରିହର ଦାସ ମୁଖ୍ୟ ବକ୍ତା , ସମ୍ପାଦିକା ଡ. ସଂଗୀତା ବାବୁ, କୋଷାଧ୍ୟକ୍ଷା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର , ପୂର୍ବତନ କ୍ଳବ୍ ସଭାପତି ତଥା ଜିଲ୍ଲା କୋଅଡିନେଟର ଶ୍ୟାମାପ୍ରସାଦ ପାଢୀ, ଏବଂ କାର୍ଯ୍ୟକ୍ରମ ସଂଚାଳକ ଶିଶିର କୁମାର ଦାସ ପ୍ରମୁଖ ସଭା ଉଦ୍ଘାଟନ କରିଥିଲେ। ସଭାପତି ଡ ପଢାଳ ସ୍ବାଗତ ଭାଷଣ ପ୍ରଦାନ କରି ତାଙ୍କ କାର୍ଯ୍ୟକାଳ ରେ ସମସ୍ତ ଙ୍କ ସହଯୋଗରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଅସହାୟ ଗରିବ ଲୋକଙ୍କ ସେବା ଭଳି ବହୁ ଜନହିତକର କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ ଏବଂ ସମ୍ପାଦିକା ସଂଗୀତା ବାବୁ ସମ୍ପାଦକୀୟ ଉପସ୍ଥାପନ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଲାୟନ୍ସ କ୍ଳବ୍ ବ୍ରହ୍ମପୁର ଗୋଲ୍ଡର ସାଧାରଣ ସଭା ଅବସରରେ ନୂତନ ବିଧାୟକ କେ. ଅନୀଲ କୁମାର...