ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା

0
57

ଭୂବନେଶ୍ୱର,୨୫/୦୬/୨୦୨୪:
ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ବବିଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି ବୋଲି ଖବର ମିଳିଛି ।
କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? କିଏ ଭାଙ୍ଗିଛି ଓ କାହିଁକି ଭାଙ୍ଗୁଛି ସ୍ପଷ୍ଟ ହୋଇପାରିନି।ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଇଛି । ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି ।ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ରୁମ୍ ଥିଲା ।ଏହା ସହ ତୃତୀୟ ମହଲାରେ ଦଳୀୟ ସାମଗ୍ରୀ ରହିଥିବା କୁହାଯାଉଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା?

ଏହାର କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣା ପଡ଼ୁଛି । ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ । ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭାଙ୍ଗୁଥାଇପାରନ୍ତି ବୋଲି ସୂଚନା ମିଳୁଛି । ଏଠି ଅନେକ ପ୍ରକାର ବୈଠକ ବସୁଥିଲା । ବିଭିନ୍ନ ପ୍ରକାର ଦଳୀୟ ଆଲୋଚନା ମଧ୍ୟ ଚାଲୁଥିଲା । ତେବେ ଭଙ୍ଗାରୁଜା ପରେ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here