ଲୋକସଭାରେ ପଦ ଓ ଗୋପନୀୟତା ର ଶପଥ ନେଲେ ଓଡିଶା ର ନବ ନିର୍ବାଚିତ ସାଂସଦ

0
39

ନୂଆଦିଲ୍ଲୀ,୨୫/୦୬/୨୦୨୪: ସାଂସଦ ଭାବେ ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଓଡ଼ିଆ ସାଂସଦ । ଓଡିଶାର ସାଂସଦମାନେ ଆଜି ସଂସଦରେ ଶପଥ ଗ୍ରହଣ କରିଛନ୍ତି । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି ।
ତେବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିବା ବେଳେ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ସେହିପରି ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବା ବେଳେ, ବାକି ସାଂସଦମାନେ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ସମୟରେ ସାଂସଦମାନେ ଜୟ ଜଗନ୍ନାଥ କହି ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥିଲା ।

LEAVE A REPLY

Please enter your comment!
Please enter your name here