ତଳସାରରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

0
41

ବୁଗୁଡା ୨୬/୬/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ତଳସାର ଗ୍ରାମରେ ଜୁନ ୨୬ ତାରିଖ ଦିନ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ସାଇଟ ସେଇଭରସ ଇଣ୍ଡିଆ, ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ତଳସାର ବନ ସୁରକ୍ଷା ସମିତି ମିଳିତ ସହଯୋଗରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଚିତ୍ରସେନ ଗୌଡ଼ ଙ୍କ ନେତୃତ୍ୱରେ ହୃଷୀକେଶ ଓ କଲ୍ୟାଣି ମୋଟ ୨୪ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ନିଆଯାଇଥିଲା। ୨୭ ତାରିଖ ଦିନ ଅସ୍ତ୍ରୋପଚାର ପରେ ୨୮ ତାରିଖ ଦିନ ପୁଣି ସେହି ୬ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ଆଣି ତଳସାରରେ ଛଡ଼ାଯିବ। ପରୀକ୍ଷା ପରେ ଜଣେ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ତଳସାର ବନ ସୁରକ୍ଷା ସମିତିର ବିଷ୍ଣୁପ୍ରିୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଏହି ପଦକ୍ଷେପ ପାଇଁ ଆଦିବାସୀ ବହୁଳ ଗ୍ରାମବାସୀ ବୃନ୍ଦ ଆନନ୍ଦ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here