ମୌସୁମୀ ଋତୁ ପାଇଁ ଟିପିଏସ୍‌ଓଡିଏଲ୍‌ର ବ୍ୟାପକ ପଦକ୍ଷେପ • ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି କମ୍ପାନୀ • ଅତିରିକ୍ତ ବିଦ୍ୟୁତ ଖୁଣ୍ଟ ଲଗାଇବା ସହ ଚାଲିଛି ଗଛ କଟା କାର୍ଯ୍ୟ

0
9

ବ୍ରହ୍ମପୁର, ୨୬/୦୬/୨୦୨୪: ଦକ୍ଷିଣ ଓଡ଼ିଶାରେ ବିଜୁଳି ଯୋଗାଣକାରୀ ସଂସ୍ଥା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କର ଯୌଥ ଉଦ୍ୟୋଗ, ଆସନ୍ତା ମୌସୁମୀକୁ ଧ୍ୟାନରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ମୌସୁମୀ ପ୍ରବେଶ ପୂର୍ବରୁ ଆଗୁଆ ପ୍ରସ୍ତୁତ କରି ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ କମ୍ପାନୀ ପ୍ରସ୍ତୁତ ରହିଛି ।

ବ୍ରହ୍ମପୁରଠାରେ ଥିବା ଟିପିଏସ୍‌ଓଡିଏଲ୍‌ର ଶକ୍ତି ଯୋଗାଣ ନିୟନ୍ତ୍ରଣ ସିଷ୍ଟମ୍ (PSCC) ବିଦ୍ୟୁତ୍ ଯୋଗାଣ ଉପରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ । ସେହିଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ଟିପିଏସ୍‌ଓଡିଏଲ୍‌ ନିଜର ମୋବାଇଲ ସବ-ଷ୍ଟେସନଗୁଡ଼ିକୁ ସମସ୍ତ ସର୍କଲରେ ପ୍ରସ୍ତୁତ ରଖିଛି ।

କମ୍ପାନୀ ଦ୍ୱାରା ନିଆଯାଇଥିବା କେତେକ ପ୍ରମୁଖ ପଦକ୍ଷେପ ହେଉଛି:

• ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ୪୧୪ଟି ତ୍ରୁଟିପୂର୍ଣ୍ଣ ଟ୍ରାନ୍ସଫର୍ମରକୁ ବଦଳ କରାଯାଇଛି ।
• ବିଜୁଳି ତାର ଟଣାଯାଇଥିବା ୩୯୨୧ କିଲୋମିଟର ସ୍ଥାନରେ ସୁରକ୍ଷିତ ବିଜୁଳି ପ୍ରବାହ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗଛ, ଡାଳ-ପତ୍ର ଇତ୍ୟାଦି ସଫା କରାଯାଇଛି ।
• ୧୫୦୩ ସବଷ୍ଟେସନ ପରିସରକୁ ସଫା କରାଯାଇଛି ।
• ୯୨ଟି ମଧ୍ୟବର୍ତ୍ତୀ ଏଚ୍ ଟି ଖୁଣ୍ଟ ଏବଂ ୯୦ଟି ମଧ୍ୟବର୍ତ୍ତୀ ଏଲ୍ ଟି ଖୁଣ୍ଟ ନିର୍ମାଣ କରାଯାଇଛି ।
• ସମୁଦାୟ ୨୦୫ଟି ଏଚ୍ ଟି ଖୁଣ୍ଟ ଓ ୩୫୪ଟି ଏଲ୍ ଟି ବିଜୁଳି ଖୁଣ୍ଟ ଲଗାଯାଇଛି ।
• ୧୯୩ଟି ଟ୍ରାନ୍ସଫର୍ମରରେ ଥିବା ଅଏଲ୍ ଲିକେଜ୍ ସମସ୍ୟାର ସମାଧାନ କରାଯାଇଛି ।
• ୬୮ଟି ନୂତନ ଆର୍ଥିଂ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।
• ସମସ୍ତ ସର୍କଲ, ପାୱାର୍ ସପ୍ଲାଏ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ସିଇଓ ଅଫିସ୍ ମଧ୍ୟରେ ସାଟେଲାଇଟ୍ ଫୋନ୍ ଗୁଡ଼ିକର ସଂଯୋଗୀକରଣ କରାଯାଇଛି ।
• ମୌସୁମୀ ସମୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ପାଇଁ ଟିପିଏସ୍‌ଓଡିଏଲ୍‌ କର୍ମଚାରୀଙ୍କ ସୁରକ୍ଷା ପ୍ରସ୍ତୁତି ଶେଷ ହୋଇଛି ।
• ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଥିବା ଫିଡରକୁ ବିଜୁଳି ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ପ୍ରଦାନ କରାଯିବ ।
• ବିଜୁଳି ବ୍ୟାହତଜନିତ ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ସଂଖ୍ୟାର ମାନବ ସମ୍ୱଳ ଓ ଯାନବାହାନ ମହଜୁଦ ରଖାଯାଇଛି ।
• ଫ୍ୟୁଜ୍ କଲ୍ ସେଣ୍ଟର ବା ସମ୍ପର୍କ କେନ୍ଦ୍ର ଗୁଡିକରେ ଅଧିକ ବୈଷୟିକ କର୍ମଚାରୀ ମୁତୟନ କରାଯାଇଛି | ଯେପରି ସେମାନେ ତୁରନ୍ତ ସେହି ଇଲାକାରେ କାର୍ଯ୍ୟ ଆରମ୍ଭ କରି ପାରିବେ ।
• ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଆଉ ଏକ ପଦକ୍ଷେପ ଭାବରେ ସର୍କଲ୍ ଏବଂ ଡିଭିଜନ୍ ସ୍ତରରେ ସେକ୍ସନ୍ ଅଫିସ୍ ଏବଂ ଆସ୍କା (ପୋର୍ଟେବଲ୍ ଜେନ ସେଟ୍) ଲାଇଟ୍ ରେ ଉଚ୍ଚକ୍ଷମତା ବିଶିଷ୍ଟ ଡ୍ୟୁଟି ଟର୍ଚ୍ଚ ଯୋଗାଇ ଦିଆଯାଇଛି ।
• ଅତିରିକ୍ତ ମାନବ ସମ୍ବଳ, ଉପକରଣ ଏବଂ କ୍ରେନ୍, ହାଇଡ୍ରା, ଏବଂ ପୋଲ୍ ମାଷ୍ଟର ପର୍ଯ୍ୟାପ୍ତ ଭାବେ ଯୋଗାଣ କରାଯାଇଛି ।

ଏହା ବ୍ୟତୀତ, କମ୍ପାନୀ ମଧ୍ୟ ସୁନିଶ୍ଚିତ କରିଛି ଯେ ଜରୁରୀକାଳୀନ ପରିସ୍ଥିତିରେ ସମୟସାପେକ୍ଷ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ । ଏଣୁ ଗ୍ରାହକଙ୍କ ବିଭିନ୍ନ ସମସ୍ୟାର ଉତ୍ତର ଦେବା ପାଇଁ ୨୪x୭ କଲ୍ ସେଣ୍ଟର୍ (ଟୋଲ୍ ଫ୍ରି ନଂ: 1912/1800 3456 797) ରେ ଅଧିକ କର୍ମଚାରୀ ନିୟୋଜିତ କରାଯାଇଛି । ଏହାସହ ଗ୍ରାହକମାନେ ମାଇଁ ଟାଟା ପାୱାର ମୋବାଇଲ୍ ଆପ୍ ମାଧ୍ୟମରେ ଯେକୌଣସି ପ୍ରସଙ୍ଗରେ ସେମାନଙ୍କର ଅଭିଯୋଗ ଦାଖଲ କରି ପାରିବେ କିମ୍ବା customercare@tpsouthernodisha.com ରେ ଇମେଲ୍ କରିପାରିବେ ।

ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, “ ଆଗାମୀ ବର୍ଷା ଋତୁରେ ସମସ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା ଅଟେ । ଆମର ନେଟୱାର୍କକୁ ସୁରକ୍ଷା ଦେବା ସହ କୌଣସି ସମ୍ଭାବ୍ୟ ବୈଦ୍ୟୁତିକ ଦୁର୍ଘଟଣାକୁ ଏଡାଇବା ପାଇଁ ଟିପିଏସ୍ଓଡିଏଲର ଟିମ୍ କ୍ରମାଗତ ଉଦ୍ୟମ ଜାରି ରଖିଛି । ଆମେ ନେଟୱାର୍କକୁ ନିୟମିତ ଯାଞ୍ଚ କରୁଛୁ ଏବଂ ଗ୍ରାହକଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଦିଗକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ ।”

ଟିପିଏସ୍‌ଓଡିଏଲ୍‌ ଦ୍ୱାରା ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ:

• ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୈଦ୍ୟୁତିକ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି ।
• ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିତରଣ ସବଷ୍ଟେସନ, ଜଙ୍କସନ ବକ୍ସ / ଏଲଟି ବଣ୍ଟନ ବାକ୍ସରେ ଆର୍ଥିଙ୍ଗ ଲିକେଜ୍ ପରୀକ୍ଷା କରାଯାଇଛି ।
• ବୈଦ୍ୟୁତିକ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି କରୁଥିବା ଗଛଗୁଡ଼ିକୁ କାଟିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ହାତକୁ ନିଆଯାଇଛି ।
• ବନ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ବିତରଣ ସବ-ଷ୍ଟେସନରେ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ ପମ୍ପ ସ୍ଥାପନ କରାଯାଇଛି ।
• ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଯାନବାହନ ଓ ଉପକରଣ ନିୟୋଜିତ ହୋଇଛି ।
• ବିଦ୍ୟୁତ ସେବା ବିଚ୍ଛିନ୍ନ ହେବାର କମ୍ ସମୟ ମଧ୍ୟରେ ଏହାକୁ ପୁନଃସ୍ଥାପିତ କରିବାକୁ ଟ୍ରାନ୍ସଫର୍ମର, ସୁଇଚ୍ ଗିଅର୍ ଇତ୍ୟାଦି ଅତ୍ୟାବଶ୍ୟକୀୟ ବୈଦ୍ୟୁତିକ ଯନ୍ତ୍ରାଶ, ଉପକରଣ, ଏବଂ ଯନ୍ତ୍ରପାତି ମହଜୁଦ ରହିଛି ।
• ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଉତ୍ସର୍ଗୀକୃତ କୁଇକ୍ ରେସପନ୍ସ ଟିମ୍ ଟିପିଏସ୍‌ଓଡିଏଲ୍‌ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ।
• ମୌସୁମୀ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ମକ୍ ଡ୍ରିଲ୍ କରାଯାଇଛି ।
• ତ୍ୱରିତ ବିଜୁଳି ସେବା ପ୍ରଦାନ ସହ କୌଣସି ବୈଷୟିକ ଅଭିଯୋଗକୁ ପଞ୍ଜିକରଣ କରିବାରେ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି କରାଯାଇଛି ।

ଉପଭୋକ୍ତା ସୁରକ୍ଷା ନିର୍ଦ୍ଦେଶାବଳୀ:

• ସୁନିଶ୍ଚିତ କରନ୍ତୁ ଯେ ପରିସରକୁ ବୈଦ୍ୟୁତିକ ଯୋଗାଣ କରୁଥିବା ମିଟର କ୍ୟାବିନ୍ ଜଳସ୍ତର କିମ୍ବା ଲିକେଜଠାରୁ ଦୂରେଇ ରହିଥିବା ଦରକାର ।
• ଯଦି ବୈଦ୍ୟୁତିକ ତାରରେ କୌଣସି ପରିବର୍ତ୍ତନ କରାଯାଇଥାଏ, ତେବେ ଏହାକୁ ଲାଇସେନ୍ସପ୍ରାପ୍ତ ବୈଦ୍ୟୁତିକ କର୍ମଚାରୀଙ୍କ ଦ୍ୱାରା ଭଲ ଭାବରେ ଯାଞ୍ଚ କରାଯିବା ଉଚିତ ।
• ସମସ୍ତ ବୈଦ୍ୟୁତିକ ତ୍ରୁଟି ସଠିକ୍ ଭାବରେ ସଂଶୋଧିତ ହେବା ପରେ ହିଁ ମୁଖ୍ୟ ସୁଇଚ୍ ଲଗାନ୍ତୁ ।
• ଯଦି ମିଟର କ୍ୟାବିନରେ ପାଣି ଲଗିଂ କିମ୍ବା ଲିକ୍ ଦେଖାଯାଏ ତେବେ ମୁଖ୍ୟ ସୁଇଚ୍ ବନ୍ଦ କରନ୍ତୁ ।
• ବଜ୍ରପାତ ଆରମ୍ଭ ହେବା ପୂର୍ବରୁ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରି ଦିଅନ୍ତୁ ।
• ଟ୍ରାଫିକରେ ନିଜକୁ ଅଧିକ ଦୃଶ୍ୟମାନ କରିବା ପାଇଁ ପ୍ରତିଫଳିତ ରେନକୋଟ୍ ବ୍ୟବହାର କରନ୍ତୁ ।

କରନ୍ତୁ ନାହିଁ:

• ବଜ୍ରପାତ ସମୟରେ କୋଣସି ବିଜୁଳି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ଲାଇନ୍ / ଧାତୁ ପାଇପ୍ ଦେଇ ବିଦ୍ୟୁତ ପ୍ରବାହ ହୋଇଥାଏ ।
• ପ୍ରବଳ ପବନ, ବଜ୍ରପାତ ଏବଂ ବର୍ଷା ପରିସ୍ଥିତିରେ ଗଛ କିମ୍ବା କୌଣସି ଅସ୍ଥାୟୀ ଭିତ୍ତିଭୂମି ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
• ସୁରକ୍ଷା ହ୍ୟାଣ୍ଡ ଗ୍ଲୋଭସ୍, ସୁରକ୍ଷା ଜୋତା, କିମ୍ବା ଇନସୁଲେଟେଡ୍ ପ୍ଲାଟଫର୍ମ ବ୍ୟବହାର ନକରି ବୈଦ୍ୟୁତିକ ଭିତ୍ତିଭୂମିକୁ ସ୍ପର୍ଶ କରନ୍ତୁ ନାହିଁ ।
• ଦ୍ରୁତ ଗତିଶୀଳ ବନ୍ୟା ଜଳ ଦେଇ ଚାଲିବା, ପହଁରିବା କିମ୍ବା ଗାଡି ଚଳାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
• ଓଭରହେଡ୍ ଲାଇନ୍ / ବୈଦ୍ୟୁତିକ ସ୍ଥାପନଗୁଡ଼ିକ ନିକଟରେ ଗୁଡ଼ି ଉଡାନ୍ତୁ ନାହିଁ ।
• ବର୍ଷା ପରେ ପିଲାମାନଙ୍କୁ ଡ୍ରେନ୍ ନିକଟରେ ଖେଳିବାକୁ ଦିଅନ୍ତୁ ନାହିଁ ।
• ପ୍ରବଳ ବର୍ଷା ସମୟରେ ପାହାଡଠାରୁ / ସମୁଦ୍ର କୂଳରେ ଟ୍ରେକିଂରୁ ଦୂରେଇ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here