ଯୁବବର୍ଗ ମାଦକ ଦ୍ରବ୍ୟ ଓ ଡ୍ରଗସ୍ ସେବନ ଠାରୁ ଦୂରେଇ ରହିବାକୁ ଆହ୍ବାନ

0
41

ବ୍ରହ୍ମପୁର,୨୬/୦୬/୨୦୨୪ :ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ବ୍ରହ୍ମପୁର ସହରରେ ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ଦୂରୁପଯୋଗ ତଥା ଅବୈଧ କାରବାର ବିରୋଦ୍ଧ ଦିବସ ପାଳିତ ହୋଇଯାଇଛି। ମୁଖ୍ୟତଃ ସମାଜରେ ଦିନକୁ ଦିନ ମାଦକ ଦ୍ରବ୍ୟ ଏବଂ ଡ୍ରଗସ୍ ଭଳି ଭୟଙ୍କର କୁ-ଅଭ୍ୟାସରେ ମୁଖ୍ୟତଃ ସମାଜର ଯୁବ ବର୍ଗ ବହୁଳ ଭାବରେ ସାମିଲ ରହୁଥିବାରୁ ଏଥିରୁ ଦୂରେଇ ରହିବାକୁ ଆହ୍ବାନ କରାଯାଇଛି। ପ୍ରତ୍ୟେକ ବର୍ଷ ରାଜ୍ୟରେ ଜୁନ୍ ମାସର ୨୬ ତାରିଖକୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଟ୍ରାକି° ବିରୋଧି ଦିବସ ଅବସରରେ ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ସଚେତନ କରାଯାଉଥିବା ବେଳେ ଯୁବବର୍ଗ ମାଦକ ଦ୍ରବ୍ୟ ଓ ଡ୍ରଗସ୍ ଠାରୁ ଦୂରେଇ ରହିଲେ ହଁ ସେମାନଙ୍କ ସ୍ବାସ୍ଥ ସହିତ ସମାଜର ବିକାଶ ପାଇଁ ସହାୟକ ହେବ ବୋଲି କାର୍ଯ୍ୟକ୍ରମ ରେ ମତବ୍ୟକ୍ତ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ।
ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏହି ସଚେତନତା ଶୋଭାଯାତ୍ରା ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରୁ ବାହାରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ନିକଟରେ ଉଦଯାପିତ ହୋଇଥିଲା । ପରେ ବ୍ରହ୍ମପୁର ମହାନଗର ନିଗମର ଗେଷ୍ଟହାଉସ ପରିସରରେ ଆୟୋଜିତ ସଚେତନତା ସଭାରେ ଅତିଥି ଭାବରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ମାନସିକ ରୋଗ ବିଭାଗର ବରିଷ୍ଠ ଚିକିତ୍ସିକ ଡାକ୍ତର ବିଭୂକଲ୍ୟାଣ ସାହୁ ଯୋଗ ଦେଇ ମାଦକ ଦ୍ରବ୍ୟ ଓ ଡ୍ରଗସ୍ ର ବ୍ୟବହାର ଏବଂ ତାର ଶରୀର ଏବଂ ମାନସିକ ସ୍ଥିତିରେ ଦେଖିବାକୁ ମିଳୁଥିବା କୁ-ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗର ନିରୀକ୍ଷକ ଅର୍ଜୁନ ମଲ୍ଲିକ , ମନିଷ ଭୋଳ , ରମେଶ ଚନ୍ଦ୍ର ମହାନ୍ତି , ଭାମ୍ରମାଣ ଉପ ନିରୀକ୍ଷକ ଅନୀତା ପ୍ରଧାନ , ସୁଶ୍ରୀ ସଙ୍ଗୀତା ମହାପାତ୍ର , ଶୁଭସ୍ମିତା ସାହୁ , ଅମରେନ୍ଦ୍ର ଶତପଥି ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତା ଙ୍କ ସମେତ ସହରର ସାମନ୍ତରାୟ ଏକୋଡମୀର ବହୁ ବିଦ୍ୟାର୍ଥୀ ମାନେ ସଚେତନତା ଶୋଭାଯାତ୍ରା ଏବଂ ସଭାରେ ଯୋଗଦାନ କରି ସୁସ୍ଥ ଜୀବନ ଅତିବାହିତ ପାଇଁ କିଭଳି ଯୁବ ବର୍ଗ ପଦକ୍ଷେପ ନେବେ ସେ ନେଇ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here