ନିଟ୍ ୟୁଜି ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ ପ୍ରତିବାଦରେ ଏସ ଏଫ ଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
9

ବ୍ରହ୍ମପୁର,୨୭/୦୬/୨୦୨୪:ଚଳିତ ନିଟ୍ ୟୁଜି ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ କରିବା, ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ଅଣ ପରୀକ୍ଷାର୍ଥୀଙ୍କ ଦ୍ୱାରା ଉତ୍ତର ଲେଖିବା ଓ ଟଙ୍କା ବଦଳରେ ଗ୍ରେସ ମାର୍କ ଦେବାଭଳି ଦୁର୍ନୀତି କାର୍ଯ୍ୟରେ ଏନ ଟି ଏ ସମ୍ପୁକ୍ତି ଥିବା ପ୍ରକାଶ ପାଇଛି।ତେଣୁ ଦେଶର ୨୪ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ପ୍ରାୟ।ମେଧା ପରିବର୍ତେ ଟଙ୍କା ଦେଇ ଡାକ୍ତର ଡିଗ୍ରୀ କିଣା ହେଉଛି।ତେଣୁ ଛାତ୍ରଛାତ୍ରୀ ହତାଶ ଓ ନୈରାଶ୍ୟ ମଧ୍ୟରେ ଗତିକରୁଛନ୍ତି।ନ୍ୟାୟ ପାଇଁ ଦେଶ ବ୍ୟାପୀ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି।କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ନିରୀହ ଛାତ୍ରଙ୍କୁ ନ୍ୟାୟ ଦେବା ପରିବର୍ତେ ଦୁର୍ନୀତିର ଗନ୍ତାଘର ପଲଟିଥିବା ଏନ ଟି ଏ ଓ ଏହାର ଅଫିସରଙ୍କୁ ଘଣ୍ଟଘୋଡାଇବା ପାଇଁ ଯୋଜନା କରୁଛନ୍ତି।ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଗୁଡିକରେ ଅଭିଜ୍ଞତା ଓ ପାରଦର୍ଶିତା ପରିବର୍ତେ ଦଳୀୟ ନେତାମାନଙ୍କୁ ନିଯୁକ୍ତି ଦିଆଯାଉଛି।ଫଳରେ ଧାରାବାହିକ ଭାବେ ଟଙ୍କା ପାଇଁ ପ୍ରଶ୍ନ ପତ୍ର ପ୍ରକାଶିତ ହୋଇଛି।ଲକ୍ଷ ଲକ୍ଷ ଛାତ୍ର ଯୁବକଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି।ବିଭାଗର ମୁଖ୍ୟ ଭାବେ ଶିକ୍ଷା ମନ୍ତ୍ରୀ ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି।ଏତାଦୃଶ ଛାତ୍ର ଯୁବ ବିରୋଧୀ କାର୍ଯ୍ୟକୁ ଏସ ଏଫ ଆଇ ଦୃଢ଼ ନିନ୍ଦା କରିବା ସହିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି।ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶିକ୍ଷା କ୍ଷେତ୍ରକୁ ଗୈରିକରଣ, ବ୍ୟବସାୟିକରଣ ଓ କେନ୍ଦ୍ରିକରଣ ନୀତି ପ୍ରତ୍ୟାହାର କରିବା ,ରାଜ୍ୟ ମାନଙ୍କୁ ପରୀକ୍ଷା କରିବାକୁ ଅନୁମତି ଦେବା, ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ ତୁରନ୍ତ ବହିଷ୍କାର କରିବା ଓ ଚଳିତ ନିଟ୍ ପରକ୍ଷାର ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଭାରତର ଛାତ୍ର ଫେଡରେସନ ଏସ ଏଫ ଆଇ ଦେଶ ବ୍ୟାପି ପ୍ରତିବାଦ ସଂଗଠିତ କରୁଛି।ଏହାର ଅଂଶବିଶେଷ ଭାବେ ଏସ ଏଫ ଆଇ ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା।ଏଥିରେ ଛାତ୍ରନେତା ମାନସ ସ୍ୱାଇଁ ,ଚନ୍ଦ୍ର ଶେଖର ନାୟକ ,ୠତୁ ରାଜ ପରିଡା, ଚିନ୍ମୟ ସାହୁ,ଉମେଶ ଚନ୍ଦ୍ର ସ୍ୱାଇଁ, ଓ ତୋଫାନି କୁମାର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here