ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ “ଡ୍ରଗ୍ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ” ପାଳିତ

0
11

ବ୍ରହ୍ମପୁର,୨୭/୦୬/୨୦୨୪:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ “ଡ୍ରଗ୍ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ” ବିଶ୍ବବିଦ୍ୟାଳୟ ପରିସର ସିନେଟ ହଲ୍ ଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଓ ଜାତୀୟ ସେବା ଯୋଜନା ଶାଖା ର ମିଳିତ ସହଯୋଗରେ ଆୟୋଜନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଗବେଷଣା ଛାତ୍ର ଛାତ୍ରୀ ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ଅନେକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଓ ବିଶ୍ୱବିଦ୍ୟାଳୟର କୁଳ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଅତିଥି ରୂପେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଶଙ୍କର୍ଷଣ ମଲ୍ଲିକ ସଂଯୋଜନା କରିଥିଲା ବେଳେ ଜାତୀୟ ସେବା ଯୋଜନା ଅଧିକାରୀଣୀ ଡଃ ଇତିଶ୍ରୀ ଗୀତା କୁମାରୀ ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ କରାଇଥିଲେ ଓ ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠିତ କରିବାରେ ଜାତୀୟ ସେବା ଯୋଜନା ସଂଯୋଜକ ଡଃ ଜୟନ୍ତ କୁମାର ପଣ୍ଡା ମଧ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here