ବ୍ରହ୍ମପୁର,୨୮/୦୬/୨୦୨୪:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ରକ୍ତ ଶିକୁଳି ରକ୍ତ ହୀନତା ସଚେତନତା ଶିବିର ଆୟୋଜିତ ହୋଇଯାଇଛି।କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଏହି ଶିବିରକୁ ପ୍ରଶାସନିକ ଅଧିକାରିଣୀ ଡ. ଜୟନ୍ତୀ ରାଣୀ ପଣ୍ଡା ଅଧକ୍ଷତା କରି ଥିଲେ ।ବ୍ରହ୍ମପୁର ବଡ ମେଡିକାଲ ବ୍ଲଡ ବ୍ୟାଙ୍କ ବିଭାଗୀୟ ମୂଖ୍ୟ ଡାଃ. ଚିନ୍ମୟ ରଞ୍ଜନ ସ୍ଵାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ରୋଗ ବିଷୟରେ ସଚେତନତା କରିଥିଲେ। ଯୁବ ରେଡକ୍ରସ କାଉନସିଲର ଡ଼. ସ୍ୱର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ ଏହି ଶିବିର ରେ ଶତାଧିକ ଛାତ୍ରୀ ଯୋଗଦେଇଥିବା ବେଳେ ଅଧ୍ୟାପିକା ତଥା ସହ କାଉନସିଲର ସୁରଭି ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।