ବ୍ରହ୍ମପୁର,୨୮/୦୬/୨୦୨୪: ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହରରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ବସବାସ କରୁଛନ୍ତି । ବିଗତ ତିରିଶ ବର୍ଷ ହେଲା ଏଠି ବିଜୁ ଜନତା ଦଳର ବିଧାୟକ ମାନେ ନିର୍ବାଚିତ ହୋଇ ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଏଠି ସବୁ ସରକାରୀ ଯୋଜନା ଫେଲ୍ ଏବଂ ବାଟ ମାରଣା। ନାଁ ଜନ ପ୍ରତିନିଧି ମାନଙ୍କର ଦୃଷ୍ଟି ଅଛି , ନାଁ ସରକାରୀ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରୁଛି । ଏତେ ବଡ ସହରରେ ରାସ୍ତା, ଡ୍ରେନ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବର୍ଷ ତମାମ ନୂତନ ରାସ୍ତା କାମ ଓ ମରାମତି ଲାଗି ରହୁଛି କିନ୍ତୁ କାମ ସରିବାର ନାଁ ନେଉନାହିଁ । ଯେଉଁଠି ସରୁଛି ସେଇଠି ଦୁର୍ନୀତି ର ଗନ୍ଧ ବାରି ହେଉଛି । ରାସ୍ତା ଭାଙ୍ଗି ଡ୍ରେନ ପାଣି କେତେବେଳେ ଘରେ ପଶୁଛି ତ, କେତେବେ ନର୍ଦ୍ଦମା ପାଣି ରୋଡରେ ଭାସୁଛି । ସାମାନ୍ୟ ବର୍ଷାରେ ବି ସହର ଜଳମଗ୍ନ । ଦୃଭାଗ୍ୟର କଥା ନୂଆଁ ରାସ୍ତା ନିର୍ମାଣ ହେଉଛି ଓ ମରାମତି ବି ହେଉଛି, କିନ୍ତୁ କୌଣସି ସମସ୍ୟାର ସମାଧାନ ଏଯାବତ୍ ହୋଇନାହିଁ । ଯାହା କେବଳ ସରକାରୀ ନଥିପତ୍ର ଓ ଠିକାଦାର ବିଲ ମଧ୍ୟରେ ସୀମିତ । ଡ୍ରେନେଜ୍ ବ୍ୟବସ୍ଥା ବି ସମାନ ଢଙ୍ଗରେ ଚାଲିଛି । କାର୍ଯ୍ୟ ନାଁ ରେ କୋଟି କୋଟି ଟଙ୍କା ବାଟ ମାରଣା ହେଉଛି । ବ୍ରହ୍ମପୁର ସହରର ର ଆଇନଜୀବୀ ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ଦ୍ୱାରା ବ୍ରହ୍ମପୁର ସହରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ନୂତନ ରାସ୍ତା ଓ ମରାମତି ,ଡ୍ରେନ ନିର୍ମାଣ ଓ ମରାମତି ପାଇଁ ମହାନଗର ନିଗମ କେତେ ଖର୍ଚ୍ଚ କରିଛନ୍ତି ତାହାର ବିବରଣୀ ମାଗିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଏବେ ପଦାକୁ ଆସିଛି ।
ଗତ ୨୦୧୮ରୁ ୨୦୨୩ ମଧ୍ୟରେ ନୂତନ ରାସ୍ତା ତିଆରି କରିବା ବାବଦରେ ମହାନଗର ନିଗମ ୭୬ କୋଟି ୭୪ ଲକ୍ଷ ୪ ହଜାର ଶହେ ଦଶ ଟଙ୍କା ଖର୍ଚ୍ଚ କରିବା ବେଳେ ରାସ୍ତା ମରାମତି କାର୍ଯ୍ୟରେ ଦୁଇ କୋଟି ୫୭ ଲକ୍ଷ ୯୬ ହଜାର ତିନିଶହ ଅଠର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ନୂଆଁ ଡ୍ରେନ ବାବଦରେ ୨୮ କୋଟି ୭୭ ଲକ୍ଷ ତିନିଶହ ଚଉରାଅଶୀ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ଡ୍ରେନ କୁ ମରାମତି ବାବଦରେ ମହାନଗର ନିଗମ ୧୨ କୋଟି ୪୦ ଲକ୍ଷ ୩୫ ହଜାର ପାଞ୍ଚ ଶହ ଅଣାଅଶି ଟଙ୍କା ଖର୍ଚ୍ଚ କରିଛି । ଅତଏବ ଗତ ସହରର ରୋଡ ଓ ଡ୍ରେନ ତିଆରି ଓ ମରାମତି ବାବଦରେ ୧୨୦ କୋଟି ୪୯ ଲକ୍ଷ ୩୬ ହଜାର ତିନିଶହ ଏକାନବେ ଟଙ୍କା ଖର୍ଚ୍ଚ କରିଛି । ଦୁର୍ଭାଗ୍ୟ ର କଥା ମହାନଗର ନିଗମ ଏତେ ବିପୁଳ ପରିମାଣ ର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ବ୍ରହ୍ମପୁରବାସୀ ଙ୍କୁ ଭଲ ରାସ୍ତା ଓ ଡ୍ରେନେଜ୍ ସୁବିଧା ଯୋଗେଇ ଦେବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ କୋଟି କୋଟି ଟଙ୍କା ବ୍ୟୟବରାଦ, ତଥାପି ସୁଧାରି ପାରୁ ନାହିଁ ବ୍ରହ୍ମପୁରର ଡ୍ରେନ ଓ ରାସ୍ତା...