ନବମ ଶ୍ରେଣୀ ଛାତ୍ର ଙ୍କୁ ଛୁରୀ ରେ ଭୁସିଲେ ଅନ୍ୟ ଜଣେ ଛାତ୍ର

0
12

ବ୍ରହ୍ମପୁର,୨୮/୦୬/୨୦୨୪:ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଛୁରୀ ରେ ଭୁସିଲେ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ । ଆହତ ଛାତ୍ରଙ୍କୁ ପ୍ରଥମେ ଶେରଗଡ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟ ଛାତ୍ର ନବମ ଶ୍ରେଣୀର।ଆଜି ସକାଳେ କୌଣସି କଥାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ବଚସା ହୋଇଥିଲା।ପରେ ଜଣେ ଛାତ୍ର ଉତକ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ଅଭିଯୋଗ ହୋଇଛି।ଆହତ ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ସଂକଟାପନ ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି। ପୁଲିସ ଅନ୍ୟ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ସଂନ୍ଧ୍ୟା ରେ ମଧ୍ୟ ଟ୍ୟୁସନରେ ଏହି ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟି ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here