ପୋଲସରା ୧୬ ନଂ ୱାର୍ଡର ପାର୍କ ପାଲଟିଛି ସରୀସୃପଙ୍କ ଆଶ୍ରୟ ସ୍ଥଳୀ

0
14

ପୋଲସରା ୨୮/୦୬/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ନମ୍ବର ୱାର୍ଡରେ ୨୦୦ ରୁ ଉର୍ଦ୍ଧ୍ୱ ପରିବାର ରହୁଥିବାବେଳେ ବାର ଶହରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ବ୍ୟାୟମ ସହ ଶିଶୁମାନଙ୍କ ଆମୋଦ ପ୍ରମୋଦ ପାଇଁ ୨୦୨୧ ମସିହା ଜୁଲାଇ ୭ ତାରିଖରେ ଏକ ପାର୍କ ଲୋକାର୍ପିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ରକ୍ଷଣା ବେକ୍ଷଣ ଅଭାବରୁ ପାର୍କଟି ନଷ୍ଟ ହେବାକୁ ବସିଲାଣି । ବ୍ୟାୟାମ ପାଇଁ ସ୍ଥାପିତ ଉପକରଣ ଗୁଡିକ ଭାଙ୍ଗିବାକୁ ଲାଗିଲାଣି। ବ୍ୟାୟାମ ଉପକରଣ ଗୁଡିକ ଭାଙ୍ଗିବା ପରେ ତାହା ମରାମତି ହୋଇନାହିଁ । ଯାହାଦ୍ୱାରା ଜନସାଧାରଣ ବ୍ୟାୟାମ କରିବାରୁ ବଞ୍ଚିତ ହେଉଛନ୍ତି । ପରବର୍ତ୍ତି ସମୟରେ ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚାରା ରୋପଣ କରାଯାଇଥିଲା । ସଫା ସୁତୁରା ଅଭାବରୁ ଚାରା ଗୁଡିକ ଭିତରେ ଅନ୍ୟାନ୍ୟ ଗଛ ସହିତ ଲଟା ବୁଦା ହୋଇ ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଯାହାଦ୍ୱାରା ଜନସାଧାରଣ ପାର୍କକୁ ଯିବାକୁ ଭୟ କରୁଛନ୍ତି। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଫା କରାଯାଉନଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ପାର୍କଟି ଆବର୍ଜନା ପୂର୍ଣ୍ଣ ହୋଇପଡ଼ିଛି । ତୁରନ୍ତ ପାର୍କକୁ ସଫା ସୁତୁରା କରିବା ସହ ରକ୍ଷଣାବେକ୍ଷଣ ଦିଗରେ ଏନଏସି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here