ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0
10

ଦିଲ୍ଲୀ,୨୯/୦୬/୨୦୨୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଟଙ୍କା ରିଲିଜ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।କିଛିଦିନ ପୂର୍ବେ ସୁଭଦ୍ରା ଯୋଜନା ନେଇ ବଡ଼ ବୟାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ମିଳିବ ନେଇ ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା । ସେ କହିଥିଲେ ଯେ, ସୁଭଦ୍ରା ଯୋଜନାରେ କ୍ୟାବିନେଟ୍‌ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍‌ରେ ଅଛି । ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବରେ ଲଞ୍ଚ ହେବ ବୋଲି ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା ।

ସେ ଆହୁରି କହିଥିଲେ ଯେ, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ସେହିପରି ସୁଭଦ୍ରା ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଥିଲେ, ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ଖୁବ୍ ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଥିଲେ ଆଇନ ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here