Home ବ୍ରହ୍ମପୁର ସ୍ପେଶାଳ ଗୋ ମାଂସ ଚାଲାଣ ବେଳେ କଣ୍ଟେନର ଅଟକ

ଗୋ ମାଂସ ଚାଲାଣ ବେଳେ କଣ୍ଟେନର ଅଟକ

0
59

ବ୍ରହ୍ମପୁର,୩୦/୦୬/୨୦୨୪:ଜାତୀୟ ରାଜପଥ ପୁକୁଡି ବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ ମାଂସ ଚାଲାଣ ବେଳେ ଅଟକ କରାଯାଇଛି। ବଜରଙ୍ଗଦଳ ପକ୍ଷରୁ ବାହାର ରାଜ୍ୟକୁ ଗୋ ମାଂସ ଧରି ରାଜ୍ୟ ବାହାରକୁ ଯାଉଥିବା ବେଳେ ଗାଡ଼ିକୁ ଅଟକାଇଥିଲେ ।ବଜରଙ୍ଗି ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରି ଥିଲେ।ଏହିପରି ଚାଲାଣ ବହୁବାର ହେଉଥିବା ନଜିରୀ ରହିଛି । ଏହାକୁ କାହିଁକି ରୋକ ଲାଗୁନି ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି। ଆଜି ଏପିରି ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜପଥ ପୁକୁଡବନ୍ଧ ଛକରେ।ସୂଚନା ଯୋଗ୍ୟ ଯେ, ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ପୁକୁଡିବନ୍ଧ ଛକ ନିକଟରେ । ଆଜି ସକାଳ ସମୟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ ମାଂସ ଧରି ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳ ରୁ ବିଶାଖାପାଟଣା ଯାଉଥିବା ବେଳେ କିଛି ଲୋକ ସନ୍ଦେହ କରି ଗାଡ଼ିକୁ ଅଟକାଇଥିଲେ । ଏହାପରେ ଗାଡ଼ିକୁ ଖୋଲି ଦେଖିଲା ବେଳକୁ ସେଥିରୁ ବାହାରିଥିଲା ଗୋ ମାଂସ। ସଙ୍ଗେ ସଙ୍ଗେ ଘଟଣା ନେଇ ଥାନାକୁ ଖବର ଦେଇଥିଲେ । ଉକ୍ତ କଣ୍ଟେନରରୁ ବହୁ ପରିମାଣର ଗୋ’ ମାଂସ ଥିବା ପ୍ୟାକେଟ୍‌ ମିଳିଥିଲା। ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡି ଚାଳକ କୁ ଅଟକ ପଚାରଉଚାର କରିବା ସହ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା | ଘଟଣାର ଖବର ପାଇଁ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିଲା | ଏହା କେବଳ ଆଜିର ଘଟଣା ନୁହେଁ, ବାରମ୍ବାର ଏହି ଭଳି ଘଟଣା ଦେଖିବାକୁ ମିଳିଛି | କିଏ ଏହି ଗୋ ମାଂସ ଚାଲାଣ ରେ ମାଷ୍ଟର ମାଇଣ୍ଡ କୁ ଗିରଫ କରି ଏହି ଭଳି ଘଟଣାକୁ ବନ୍ଦ କରିବା ପାଇଁ ବଜରଙ୍ଗି ଦଳ ପକ୍ଷରୁ ଦାବୀ କରାଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!