ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0
10

ଛତ୍ରପୁର,୦୧/୦୭/୨୦୨୪ :ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା,ଭଞ୍ଜନଗରରେ ଅପରେଟର୍ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ସେ ଜଣେ ମେଳାପୀ, ଅମାୟିକ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଜଣାଶୁଣା । ସେ ଜଣେ ସଫଳ କ୍ରୀଡାବିତ୍ ମଧ୍ୟ ଥିଲେ । କ୍ରୀଡା କ୍ଷେତ୍ରରେ ମଧ୍ୟ ବହୁ ସଫଳତା ହାସଲ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନପୂର୍ବକ ଦୀର୍ଘ ଜୀବନ କାମନା କରିଥିଲେ । ବିଦାୟକାଳୀନ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ

LEAVE A REPLY

Please enter your comment!
Please enter your name here