ଦୁଇ ବାଇକ୍ ମୁହାଁମୁହିଁ , ଜଣେ ମୃତ, ଦୁଇ ଗୁରୁତର।

0
8

ପୋଲସରା ୦୧/୦୭/୨୪ ସୋମବାର ଅପରାହ୍ନ ସମୟରେ ପୋଲସରା ଠାରୁ ଦେଢ଼ କିଲୋମିଟର ଦୂର କୋଙ୍କରଡା ଛକ ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଦ୍ବାରା ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ଶଙ୍କର ନାହାକ ଏବଂ କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ଗ୍ରାମର ରାଜୁ ଦାସ ଓ ସାଗର ନାହାକ ଉଭୟ ଙ୍କ ବାଇକ କୋଙ୍କରଡା ଛକ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ତିନିହେଁ ଗୁରୁତର ଆହାତ ହୋଇଥିଲେ। ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହିତ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆହାତ ତିନି ଜଣଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ନେବା ରାସ୍ତାରେ ଅତି ଗୁରୁତର ଥିବା ଦେଓଗାଁ ଗ୍ରାମର ଶଙ୍କର ନାହାକଙ୍କ ପୁରୁଷୋତ୍ତମପୁର ନିକଟରେ ମୃତ୍ୟୁ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here