ରାଜ୍ୟସ୍ତରୀୟ ସମନ୍ବିତ ସର୍ବେକ୍ଷଣ ଅଭିଯାନ-୨୦୨୪ ଆରମ୍ଭ। ‘ସ୍ଵାସ୍ଥ୍ୟ ହିଁ ସମ୍ପଦ’ ଏଥ ପ୍ରତି ସମସ୍ତେ ଯବାନ ହେବା ଉଚିତ – ସ୍ଵାସ୍ଥ୍ୟମନ୍ତ୍ରୀ

0
10

ବ୍ରହ୍ମପୁର, ୦୧/୦୭/୨୦୨୪:

ରାଜ୍ୟରେ ଆରମ୍ଭ ହୋଇଛି ସମନ୍ବିତ ସର୍ବେକ୍ଷଣ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ରଶଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନହଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ମନ୍ତ୍ରୀ ମହାଲିଙ୍ଗ କହିଲେ ଯେ ସ୍ଵାସ୍ଥ୍ୟ ହିଁ ସମ୍ପଦ । ଏଥୁପ୍ରତି ସମସ୍ତେ ଯବାନ ହେବା ଉଚିତ । ସମନ୍ବିତ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହକତ୍ଵରେ ହେଉଛି । ଏହା ଲୋକଙ୍କୁ ଡାଇରିଆ, ଡେଙ୍ଗୁ, ଟିବି, କୁଷ୍ଠ, ଯକ୍ଷ୍ମା ଭଳି ମାରାତ୍ମକ ରୋଗ ବିଷୟରେ ସଚେତନ କରାଇବ । ଏହି ବର୍ଷ ହେପାଟାଇଟିସ୍-ବି ପାଇଁ ପରୀକ୍ଷା କରାଯାଇ ନ ଥ‌ିବା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯାଇଛି । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ
ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରୀ ମହାଲିଙ୍ଗ ବକ୍ତବ୍ୟରେ କହିଥିଲେ ।
ଏହି ଅଭିଯାନ ସମୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ପରିବାରକୁ ଆଶାକର୍ମୀମାନେ ପରିଦର୍ଶନ କରି ଓଆରଏସ୍, ଜିଙ୍କର ବ୍ୟବହାର, ଶୌଚାଳୟ ବ୍ୟବହାର କରିବା ଓ ହାତକୁ ସାବୁନ୍‌ରେ ଭଲଭାବେ ଧୋଇବା ଇତ୍ୟାଦି ବିଷୟରେ ସଚେତନ କରାଇବେ । ଜିଙ୍କ, ଓଆରଏସ୍, ଆରଡିଟି ଭଳି ସାମଗ୍ରୀ ମହଜୁଦ ରଖିବା ପାଇଁ ଇଣ୍ଟିଗ୍ରେଟେଡ୍ ଟି ଇ ସି କର୍ନର ସେଟଅପ୍ କରାଯିବ ଏବଂ ନିୟନ୍ତ୍ରଣ ଷ୍ଟକ୍ ସହିତ ପ୍ରଦର୍ଶିତ ହେବ । ଏହି ଅଭିଯାନ ୨୦୧୪ ରୁ ଚାଲିଆସୁଛି ଏବଂ ପ୍ରାୟ
୮,୩୮,୦୦୦ ପରିବାର ଓ ପ୍ରାୟ ୫୦୮୬ ଜଣ ପାଞ୍ଚ ବର୍ଷରୁ କମ ବୟସର ଶିଶୁ ଏହି ଅଭିଯାନରେ ସାମିଲ ହୋଇ ଏହାର ସୁଫଳ ପାଇସାରିଛନ୍ତି ।ଡାଇରିଆରେ ଚିହ୍ନଟଙ୍କୁ ଓଆରଏସ ଏବଂ ଜିଙ୍କ ସହିତ ଚିକିତ୍ସିତ କରାଯାଇଥିଲା ।ସେହିଭଳି ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀ ଚିହ୍ନଟ ନିମନ୍ତେ ପ୍ରାୟ ୨୫,୬୪୦ ଜ୍ଵର ପରୀକ୍ଷା କରାଯାଇଛି, ଟିବି ନିମନ୍ତେ ୨୫୯୧ଟି ଓ ୧୯୯୪ଟି କୁଷ୍ଠ ଜନିତ ରୋଗୀଙ୍କୁ ଚିହ୍ନଟ କରାଯାଇ ତଦନୁସାରେ ପଦକ୍ଷେପ ନିଆଯାଇଛି । ଏହା ଏକ ବୃହତ ଓ ଏକୀକୃତ ଅଭିଯାନ, ଯାହାର ସମୟ ସମୟରେ ଟିଭି, ସମ୍ବାଦପତ୍ର, ରେଡ଼ିଓ ଓ ଗଣମାଧ୍ୟମ ମାଧ୍ୟମରେ ସଚେତନତା କରାଯାଉଛି । ସମସ୍ତ ଆଶାକର୍ମୀଙ୍କୁ ଏନେଇ ଏକ ରେଫରେନ୍ସ ପୁସ୍ତିକା ପ୍ରଦାନ କରାଯାଇଛି । ଅନ୍ୟତମ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଆମେ ଆଶା କରୁଛୁ ଯେ ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ମିଳିମିଶି ସମସ୍ତେ ଏହାର ଲକ୍ଷ୍ୟ ହାସଲ କରିବା ।

LEAVE A REPLY

Please enter your comment!
Please enter your name here