ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
12

ଛତ୍ରପୁର,୦୨/୦୭/୨୦୨୪: ଲକ୍ଷ୍ମୀପୁର ପଞ୍ଚାୟତ ଗୋବିନ୍ଦପୁର ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ବେହେରାଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା ବିଦ୍ୟାଳୟ ର ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ମହାପାତ୍ର, ଗ୍ରାମ୍ୟ କମିଟି ଉଦ୍ୟୋକ୍ତା ଶ୍ରୀ ଗୋଲୋକ ବିହାରୀ ନାୟକ ସଭାପତି ଏନ ଚେଲପତି ରେଡ୍ଡୀ ଓ ସଭ୍ୟ ନାରାୟଣ ରେଡ୍ଡୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷକ ନେତା ଶ୍ରୀ ସୋମନାଥ ସାହୁ ଓ ସମ୍ମାନିତ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଜେନା , କ୍ଲଷ୍ଟର ସି ଆର୍ ସି ସି ଅଶୋକ କୁମାର୍ ଶତପଥୀ, ପ୍ରଧାନ ଶିକ୍ଷକ ଶ୍ରୀ ସୈରା ନାହାକ ,ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ଚୌଧରୀ ଆଦି ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ବନ୍ଦନା ବେହେରା ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠିତ ସଭାରେ କ୍ଲଷ୍ଟର ଓ ବିଦ୍ୟାଳୟ ତରଫରୁ ପୁରସ୍କୃତ , ଉପହାର ପ୍ରଦାନ କରିଥିଲେ । ମଞ୍ଚାସୀନ ପ୍ରଦୀପ କୁମାର ନାୟକ ଓ ଛାତ୍ରୀ ପ୍ରାତି ପାତ୍ର ଶ୍ରୀ ବେହେରାଙ୍କ ବ୍ୟକ୍ତିତ୍ଵ ପରାକାଷ୍ଠା ଉପରେ ଆଲୋକପାତ କରିଥିଲେ ସଭା ଶେଷ ରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୌରା ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here