ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମିକ୍ଷା ବୈଠକ।ବର୍ଷା ପୂର୍ବରୁ ପୋଖରୀ ପୁନରୁଦ୍ଧାର କାର୍ଯ୍ଯ ଶେଷ କର- ଜିଲ୍ଲାପାଳ

0
9

ଛତ୍ରପୁର,୦୨/୦୭/୨୦୨୪ :ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମିକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ବାନ ହଲ ଠାରେ ମଙ୍ଗଳବାର ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମିକ୍ଷା ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ସ୍ବଚ୍ଛ ସର୍ବେକ୍ଷଣ, ପୋଖରୀ ପୁନରୁଦ୍ଧାର, ସ୍ବଚ୍ଛ ସହରୀକରଣ ଯୋଜନା, ସାମଗ୍ରୀକ ସହରୀକରଣର ବିକାଶ ସମେତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଜିଲ୍ଲାପାଳ ଶ୍ରୀ ପରିଡା କରିଥିଲେ । ଅମୃତ ଯୋଜନାରେ ପୋଖରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରିବାକୁ ପୂର୍ବରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ତଦନୁସାରେ ପୋଖରୀ ଗୁଡିକରୁ ପଙ୍କ ବାହାର କରି ବର୍ଷାଜଳ ଯେପରି ପୋଖରୀରେ ସୁରକ୍ଷିତ ସଞ୍ଚିତ ହେବ ସେଥିନେଇ କାର୍ଯ୍ୟ ଖସଡା କରାଯାଇଛି । ଅନେକ ପୋଖରୀ କାର୍ଯ୍ୟ ଶେଷ ହୋଇଛି । ଆଉ ଯେତକ ପୋଖରୀ କାର୍ଯ୍ୟ ଶେଷ ହୋଇନାହିଁ, ତୁରନ୍ତ ବର୍ଷା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପେଖରୀ ମଧ୍ୟକୁ ଯେପରି ନାଳ ନର୍ଦ୍ଦମା ପାଣି ପଶିବ ନାହିଁ ସେହି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ବର୍ଷାଦିନ ଆସିଲାଣି । ବୃକ୍ଷ ରୋପଣ କାର୍ଯ୍ୟକୁ ତ୍ବରାନ୍ବୀତ କରନ୍ତୁ । ଯେଉଁ ବୃକ୍ଷ ରୋପଣ କରିବା ନିମନ୍ତେ ନିର୍ଦ୍ଦେଶ ରହିଅଛି କେବଳ ସେହି ବୃକ୍ଷ ରୋପଣ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ସହର ଗୁଡିକରେ ସଫେଇ କାର୍ଯ୍ୟ ଠିକ୍ ରୂପେ ପରିଚାଳନା ହେଉଛି କି ନାହିଁ ତଦାରଖ କରି ସମିକ୍ଷା କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସଫେଇ କାର୍ଯ୍ୟରେ ବିନିଯୋଗ ହେଉଥିବା ଯନ୍ତ୍ରପାତି ସରଞ୍ଜାମ ଦିଆ ଯାଇଛି । ସେଗୁଡିକ ବ୍ୟବହାର କରି ବଜାର ରାସ୍ତାଘାଟ ସଫେଇ କରିବାକୁ ପରାମର୍ଶ ଦେଇଥିଲେ । ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ । ଏଣୁ ଏହାର ସଫେଇ ଦିଗରେ ଗୁରୁତ୍ବ ଦେବାକୁ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ସମସ୍ତ କାର୍ଯ୍ଯ ସଠିକ ହେଉଛି ସେଗୁଡିକର ଡକୁମେଣ୍ଟେସନ୍ କରି ରଖିବାକୁ ଜଣାଇଥିଲେ । ପ୍ଲାଷ୍ଟିକ ବ୍ୟବହାର ବାରଣ କରି ସଚେତନତା କାର୍ଯ୍ୟ ବ୍ୟାପକ କରିବା ସହିତ, ଚଢାଉ ଏବଂ ଜୋରିମାନା ଆଦାୟ କରିବାକୁ କୁହାଯାଇଛି । “ସଫେଇ ଆପନାଓ ବିମାରୀ ହଟାଓ” କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବାକୁ କୁହାଯାଇଛି । ବର୍ଷା ସମୟ ଆସୁଛି, ଏଣୁ ବର୍ଷା ସମୟରେ କାର୍ଯ୍ୟଖସଡା ପ୍ରସ୍ତୁତ କରନ୍ତୁ । ରାସ୍ତାରୁ ବର୍ଷାପାଣି ନିଷ୍କାସନ ଯେପରି ସଠିକ ହେବ ସେ ଦିଗରେ ପୂର୍ବରୁ ପଦକ୍ଷେପ ଗ୍ରହଣ କରନ୍ତୁ । ବର୍ଷା ସମୟରେ ତୁରନ୍ତ ସେବା ପ୍ରଦାନ କରିବା ନିମନ୍ତେ ରେସପନ୍ସ ଟିମ୍ ଗଠନ କରି ରଖନ୍ତୁ । ଯେଉଁଠି ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନାହିଁ ତୁରନ୍ତ ସେମାନେ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଥି ନିମନ୍ତେ ପ୍ରସ୍ତୁତ କରାନ୍ତୁ । ରାସ୍ତା ଖୋଳା କିମ୍ବା କାର୍ଯ୍ୟ ଚାଲିଥିଲେ ସାଇନେଜ ଲଗାନ୍ତୁ । ଜନସାଧାରଣଙ୍କ ବ୍ୟବହୃତ ବଗିଚା, ପାର୍କରେ ବ୍ଯାୟାମ ନିମିତ୍ତ ଉଦ୍ଦିଷ୍ଟ କିମ୍ବା ପିଲାମାନଙ୍କ ଖେଳ ଯନ୍ତ୍ରପାତି ମରାମତି, ରଙ୍ଗ ଦେବା କାର୍ଯ୍ୟ କରନ୍ତୁ । ରାସ୍ତାର ଉନ୍ନତି କରଣ କିମ୍ବା ମରାମତି କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରନ୍ତୁ । ବୈଠକରେ ମୋ ଖତ ମିଶନ୍ ଶକ୍ତି ମା ମାନଙ୍କ ଦ୍ବାରା କାର୍ଯ୍ୟରୁ ଅନୁଦାନ ପ୍ରଦାନ, ପ୍ରୋତ୍ସାହନ ରାଶି ଇତ୍ଯାଦି ସମ୍ପର୍କିତ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମ୍ପର୍କିତ ଆଲୋଚନା ହୋଇ ଯାଇଛି ।
ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଟେଲ, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସଂପୃକ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here