ପୋଲସରା ବ୍ଲକରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

0
14

ପୋଲସରା ୨/୭/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସମ୍ମିଳନୀ କକ୍ଷରେ ଜୁନ ୨ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଦ୍ଵାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ, ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଓ ତହସିଲଦାର ରୁବି ବେହେରା ମଞ୍ଚାସୀନ ଥିବା ବେଳେ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀ, ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ନାରାୟଣ ସ୍ୱାଇଁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ ଯନ୍ତ୍ରୀ ବୃନ୍ଦ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ମଳିକ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ବୃନ୍ଦଙ୍କ ସହ ଆଲୋଚନା କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ସମସ୍ତ ସରକାରୀ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here