ବଢିବ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ଟଙ୍କା

0
11

ଭୂବନେଶ୍ୱର,୦୨/୦୭/୨୦୨୪:
ବଢିବ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ଟଙ୍କା । ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ଘୋଷଣା କରିଛନ୍ତି ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନାହିଁ । ତେବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି ।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେ ନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ଇସ୍ତାହାରରେ ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here