ବୁଗୁଡା ଥାନାରେ ନୂଆଁ ଆଇନ ସମ୍ପର୍କୀୟ ସଚେତନତା l

0
15

ବୁଗୁଡା ୨/୭/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନାରେ ତିନୋଟି ନୁତନ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଜୁନ ୨ ତାରିଖ ଦିବା ୧୨ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ଯକ୍ରମରେ ବାଲିପଦର ଫାଣ୍ତି ଓଆଇସି ନିଳାଦ୍ରୀ କୁମାର ରେଡି , ଏସଆଇ ଜ୍ୟୋତିଶ୍ରୀ ସାହୁ , ଏସଆଇ ଅର୍ଜୁନ କହଁର ଉକ୍ତ କାର୍ଯ୍ଯକ୍ରମରେ ଯୋଗଦେଇଥିବା ବେଳେ ଥାନାର ସମସ୍ତ ପୋଲିସ୍ କର୍ମଚାରି ଏବଂ ବୁଗୁଡା ଥାନା ଇଲାକାର ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଓ ସାଧାରଣ ଯୋଗଦେଇଥିଲେ। ଆଇଆଇସି ଶ୍ରୀ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ତିନୋଟି ନୂତନ ଆଇନ ସମ୍ପର୍କରେ ଅବଗତ କରାଇଥିଲେ । ଭାରତୀୟ ନ୍ୟାୟ ସହିଁତା,ଭାରତୀୟ ନାଗରିକ ସୁରକ୍ଷା ସହିଁତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ସଂପର୍କରେ ଏହି ବୈଠକରେ ସବିସ୍ତୃତ ଆଲୋଚନା ହୋଇଥିଲା । ୧୮୬୦ ମସିହାର ବ୍ରିଟିଶ ଶାସନ ସମୟର ଆଇନକୁ ରଦ୍ଦ କରି କିପରି ପ୍ରତ୍ୟେକ ପୀଡିତା ଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ,ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା କୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟ ରେ ମାମଲାର ଶୁଣାଣି, ଅନ ଲାଇନ ଏଫଆଇଆର ସୁବିଧା, ଡିଜିଟାଲ ପ୍ରମନର ବ୍ୟବହାର , ସଂଗଠୀତ ଅପରାଧିକ ଆଇନର ଅନ୍ତର୍ଭୁକ୍ତ କରଣ , ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀଙ୍କ ବିବୃତି ଓ ଯାଞ୍ଚର ଅଡିଓ ଭିଡିଓ ରେକଡିଂ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହା ସହ ଅଭିଯୋଗକାରୀ ଚାହିଁଲେ ଯେକୌଣସି ସ୍ଥାନରେ ଅନ ଲାଇନ, ହ୍ଵାଟ୍ସଆପ, ଫୋନ ଓ ମେସେଜ ମାଧ୍ୟମରେ ଏଫ୍ଆଇଆର ନିକଟସ୍ଥ ଥାନାରେ ଦରଜ କରିପାରିବ।ସେହିପରି ଫୋନ କିମ୍ବା ହ୍ଵାଟ୍ସଆପ ଦ୍ଵାରା ପୋଲିସ ସମନ ମଧ୍ୟ ପଠାଇ ପାରିବ । ଥାନାରେ ସମସ୍ତ ଅଭିଯୋଗର ତଦନ୍ତ ରେକଡ଼ିଂ କରାଯିବା ସହ ଥାନାର ଡିସପ୍ଲେ ମାଧ୍ୟମରେ ପ୍ରତ୍ୟେକ ଦିନର କେସ ବିବରଣୀ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଯିବ । ନୂତନ ଆଇନ ବ୍ୟବସ୍ଥା ଅନୁଯାୟୀ ମହିଳା, ଶିଶୁ, ନାବାଳକ, ଷାଠିଏ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଓ ରୋଗାକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସାକ୍ଷୀ ଓ ତଦନ୍ତ ପାଇଁ ଥାନାରେ ହାଜର ହେବାକୁ ବାଦ ଦିଆଯାଇଥିବା ବେଳେ ସେମାନଙ୍କ ଇଚ୍ଛା ମୁତାବକ ପୋଲିସକୁ ସହାୟତା ପ୍ରଦାନ କରିପାରିବେ । ଏହି ନୂଆଁ ଆଇନ ବ୍ୟବସ୍ଥା ପ୍ରଣୟନ ଦ୍ଵାରା ପୋଲିସର କାର୍ଯ୍ୟଦକ୍ଷତା ବଢ଼ିବା ସହ ନ୍ୟାୟିକ ବ୍ୟବସ୍ଥା ର ସରଳୀକରଣ ହେବାକୁ ଯାଉଥିବା ଯୋଗୁଁ ସାଧାରଣ ଜନତା ଏହାର ତ୍ୱରିତ ସୁଫଳ ପାଇପାରିବେ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here