ଧରାକୋଟ,୦୨/୦୭/୨୦୨୪:
୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପି ୟୁ ପିଏସ, ଶରଧାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲର ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ରାଉଳଙ୍କ ଆପ୍ରାଣ ଉଦ୍ୟମ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରାଙ୍କ ତତ୍ୱାବଧାନରେ “ଗୋଟିଏ ଗଛ, ଗୋଟିଏ ଜୀବନ” ଅର୍ଥାତ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧରାକୋଟ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ
ଲିଙ୍ଗରାଜ ସ୍ୱାଇଁ, ସମ୍ମାନିତ ଅତିଥିଭାବେ ଏବିଓ ଶ୍ରୀଯୁକ୍ତ ସୀମାଂଚଳ ବେହେରା, ଧରାକୋଟ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ରେଞ୍ଜ ଅଫିସର, ଆସ୍କା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ତ୍ରିପାଠୀ, ଫରେଷ୍ଟର, ଧରାକୋଟ, ଶ୍ରୀଯୁକ୍ତ ଶରତ କୁମାର ବେହେରା ଫରେଷ୍ଟର, ଆସ୍କା, ଶ୍ରୀଯୁକ୍ତ ରାକେଶ କୁମାର ପରିଡା, ଫରେଷ୍ଟ ଗାର୍ଡ,ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଦ୍ୟାଳୟର ପାଚିକା ଓ ବିଦ୍ୟାଳୟର ଛାତ୍ରଛାତ୍ରୀତଥା ସ୍ଥାନୀୟ ଅଂଚଳର ଯୁବଗୋଷ୍ଠି ଉପସ୍ଥିତ ରହିଥିଲେ ।ଏହି ବନ୍ୟ ସପ୍ତାହ ପାଳନ ଅବସରରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ନିମିତ୍ତ ବୃକ୍ଷ ହିଁ ଏକମାତ୍ର ଭରଷା ବୋଲି ଜନ ସାଧାରଣଙ୍କୁ ସଚେତନ କରାଇ ବାଡ଼ି ବଗିଚାରେ ଗୋଟିଏ ଲେଖାଏଁ ଗଛ ଲଗାଇଵା ପାଇଁ ଆହ୍ୱାନ ଦିଆଯାଇଥିଲା |