କଳାକାର ସମାଜ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ

0
15

ବ୍ରହ୍ମପୁର,୦୩/୦୭/୨୦୨୪ :ସ୍ଥାନୀୟ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ପଞ୍ଚମ ବାର୍ଷିକୋତ୍ସବ ଅବସରରେ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଟାଉନ୍ ହଲ୍ ପରିସରରୁ ବାହାରି ବିଜୁ ପଟ୍ଟନାୟକସଂସ୍କୃତି ଭବନ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲା। କନ୍ଧମାଳ ଜିଲ୍ଳା ତରଫରୁ ଖଞ୍ଜଣୀ, ଡାକୁଲ୍ ନ୍ରୁତ୍ଯ ସହ ଗଞ୍ଜାମ ଜିଲ୍ଲାର ସଂକୀର୍ତ୍ତନ ଦଳମାନେ ସୁନ୍ଦର ପରିବେଷଣ ମାଧ୍ୟମରେ ଶୋଭାଯାତ୍ରା ଟିକୁ ବିଶେଷ ଉପଭୋଗ୍ୟ କରାଇ ପାରିଥିଲେ।
ସଂସ୍କୃତି ଭବନ ପରିସରରେ ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନୀଲ୍ କୁମାର, ବରିଷ୍ଠ କଣ୍ଠଶିଳ୍ପୀ ତଥା ରାଜନୈତିକ ବ୍ୟକ୍ତିତ୍ବ ସୁବାସ ମହାରଣା, ସୁସାହିତ୍ୟିକ ଇଂ. ଯାମିନୀକାନ୍ତ ଦାସ, ବରିଷ୍ଠ ଯାତ୍ରା ଅଭିନେତା ରାଜେନ୍ଦ୍ର ମୋହନ ପତି, ସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କଳାକାର ସମାଜ ଜାତୀୟ ଅସ୍ମିତାର ପରିଚାୟକ ବୋଲି ଦ୍ରୁଢୋକ୍ତି ଉପସ୍ଥାପନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ସର୍ବଶ୍ରୀ ରାମଚନ୍ଦ୍ର ରାଉଳ, ବଦ୍ରୀ ନାରାୟଣ ନାୟକ, ମହେଶ୍ୱର ବିଶ୍ବାଳ, ବି. ବିଘ୍ନେଶ, ଡ୍ରାଇଭର ପ୍ରଧାନ, କସନା କାନକେୟା ରେଡ୍ଡି, ଲକ୍ଷ୍ମଣ ଗୁରୁ ପ୍ରମୁଖଙ୍କୁ ଆନୁଷ୍ଠାନିକ ସମ୍ମାନିତ ପ୍ରଦାନ କରାଯାଇଥିଲା।
ପଞ୍ଚମ ବାର୍ଷିକୋତ୍ସବର ପ୍ରମୁଖ କାର୍ଯ୍ଯକ୍ରମ ଥିଲା ଆମ ଅସ୍ମିତା : ଆମ ଲୋକକଳା। ଏହି ସଂପାନରେ ଭାରତଲୀଳା ସମାରୋହରେ ବେଢ-ଛେଲୁ ସ୍ଥିତ ଶ୍ରୀ ଜଗନ୍ନାଥ ନାଟ୍ୟକଳା ସଂସଦ, ମୁଣ୍ଡୁଳା ସ୍ଥିତ ମା’ ଲିମେଶ୍ବରୀ ନାଟ୍ୟକଳା ସଂସଦ, ଝାଡବାଇ ଶ୍ରୀ ସ୍ବପ୍ନେଶ୍ବର ନାଟ୍ୟ ସଂଘ, ତଲାସିଂ ଶ୍ରୀ ଗୋପୀନାଥ ନାଟ୍ୟ ସଂସଦ, କଙ୍କିଆ ରାମେଶ୍ବର ନାଟ୍ୟକଳା ସଂସଦ, ନରେନ୍ଦ୍ରପୁର ଗଙ୍ଗେଶ୍ଵର ନାଟ୍ଯ କଳା ସଂସଦ, ଚଣ୍ଡିପଦର ଲକ୍ଷ୍ମୀନୃସିଂହ ଭାରତଲୀଳା ସଂଘ, ଚୈତନ୍ୟପ୍ରସାଦ ରାମେଶ୍ବର ନାଟ୍ୟକଳା ସଂସଦ, ବାଲିପଡା ବାଲୁଙ୍କେଶ୍ବର ନାଟ୍ୟ ସଂସଦ ପ୍ରମୁଖ ନାଟ୍ଯଦଳ ଅଂଶ ଗ୍ରହଣ କରିଥିଲେ।
ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ସଂଘର ଆଭିମୁଖ୍ଯ ଓ ଉତ୍ସବ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଏବଂ ସଂସ୍କୃତି ପ୍ରେମୀ ବ୍ୟକ୍ତିତ୍ବ କୃଷ୍ଣ ଚନ୍ଦ୍ର ଗୌଡ ପରିବେଷଣକାରୀ ନାଟ୍ୟଦଳ ଓ ନିର୍ଦ୍ଦେଶକଙ୍କୁ ସ୍ମାରକୀ ଫଳକ, ପ୍ରଶଂସା ପତ୍ର ଓ ସାଂସ୍କୃତିକ ସନନ୍ଦ ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଲନାରେ ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର, ଗୀତା ସ୍ବାଇଁ, ଅଭିରାମ ରାଉଳ, ଚିତ୍ତରଞ୍ଜନ ଦଳେଇ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ କୁମାର ସାହୁ, ବଳଦେବ ସାହୁ, ମହେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ କଳାପ୍ରାଣ କୈଳାସ ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here